ଜ୍ୟୋତିଷ
ଓଲଟିଲା ମଦ ବୋଝେଇ ମିନି ଟ୍ରକ : ଅଳ୍ପକେ ବର୍ତିଲେ ଡ୍ରାଇଭର

ଭୁବନେଶ୍ୱର, ୦୨/୧୧ : ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର । ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ ଧକା ହେବା ଫଳରେ ଓଲଟି ପଡିଛି ମିନି ଟ୍ରକ । ଖୋର୍ଦ୍ଧାର ଏକ ମଦ ଡିପୋରୁ ମଦ ବୋଝେଇ ମିନି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ପଛପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।
ଯାହା ଫଳରେ ମଦ ବୋଝେଇ ଗାଡିଟି ଜାତୀୟ ରାଜପଥରେ ଓଲଟି ପଡିଥିଲା । ତେବେ ମଦ ଗୁଡିକ ରାସ୍ତାରେ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ଉପସ୍ଥିତି ରେ ମଦ ଗୁଡିକୁ ରାସ୍ତାରୁ ଉଠାଇ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରାଯାଉଛି।