ଜ୍ୟୋତିଷ

Krishna Vani- କେଉଁ କର୍ମ ପାଇଁ ମିଳିଥାଏ ସ୍ତ୍ରୀ’ର ଜନ୍ମ, ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ

ଆମେ ଜାଣିଛୁ ମୃତ୍ୟୁ ଜନ୍ମ ଜନ୍ମ ସୁନିଶ୍ଚିତ । ଯିଏ ଜନ୍ମ ନିଏ ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ତେବେ ମୃତ୍ୟୁ ପରେ ଆମେ ଜାଣି ନାହୁଁ କି କେଉଁ ଜନ୍ମ ପାଇବା । ତେବେ କୁହାଯାଏ ଯେ ମୃତ୍ୟୁ ର କିଛି ସମୟ ପୂର୍ବରୁ ମଣିଷ ନିଜ ମୃତ୍ୟୁ ସମ୍ଭନ୍ଧ ରେ ଜାଣିଥାଏ ଓ କୁହାଯାଏ ମୃତ୍ୟୁ ର କିଛି ସମୟ ପରେ ମଧ୍ୟ ମଣିଷ ର ଚେତ ଥାଏ । ତେବେ ଅନେକ ଲୋକ ଭାବିଥାନ୍ତି କି ମଣିଷ ର ମୃତ୍ୟୁ ପରେ ନାରୀ ଜନ୍ମ ହୋଇଥାଏ ନା ପୁରୁଷ ଜନ୍ମ ।

ନାରୀ ଜନ୍ମ ମଧ୍ୟ ପୁରୁଷ ମାନଙ୍କର ହୋଇଥାଏ । ଏହା ର ଅନେକ କାରଣ ଅଛି । ମଣିଷର ବିଭିନ୍ନ କାର୍ଯ୍ୟ ଦ୍ୱାରା ଏହା ନିର୍ଣ୍ଣିତ କରାଯାଏ କି ସେହି ମଣିଷ ର ନାରୀ ଜନ୍ମ ହେବ । ତେବେ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଅର୍ଜୁନ ଙ୍କୁ ଯେ ପୁରୁଷ ମଧ୍ୟ ନିଜର କର୍ମ ଫଳ କୁ ନେଇ ପୁନର୍ଜନ୍ମ ପାଇଥାଏ । ପୁରୁଷ କଣ କରିବା ଦ୍ୱାରା ନାରୀ ଜନ୍ମ ପାଇଥାଏ ତାହା ମଧ୍ୟ ଉଲ୍ଲେଖ ଅଛି ।

ପ୍ରଥମ କାରଣ ହେଉଛି ଯେଉଁ ମଣିଷ ମୃତ୍ୟୁ ପୂର୍ବରୁ ନିଜ ସ୍ତ୍ରୀ ବା ଝିଅ ବା ମାଙ୍କୁ ହୃଦୟ ରୁ ସ୍ମରଣ କରିଥାଏ ଆନ୍ତରିକ ଭାବେ ତାଙ୍କ ଚିନ୍ତା କରିଥାଏ । ତେବେ ସେ ମୃତ୍ୟୁ ପରେ ନାରୀ ଜନ୍ମ ପାଇଥାଏ । ଦ୍ଵତୀୟ କାରଣ ଯେଉଁ ପୁରୁଷ ମୃତ୍ୟ ସମୟରେ ନିଜ ପରିବାର ବା ନିଜ ସ୍ତ୍ରୀ, ଝିଅ, ମା ଆଦିଙ୍କ ପାଖରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥାଏ ।

ତେବେ ସେ ମୃତ୍ୟୁ ପରେ ଝିଅ ଜନ୍ମ ହୋଇଥାଏ । ତୃତୀୟ କାରଣ ଯେଉଁ ପୁରୁଷ ନାରୀ ପରି ସଜ ହେବା, ସେମାନଙ୍କ ଭଳି ବ୍ୟବହାର ଆଚରଣ କରିବା ଓ ଅଧିକ ରୁ ଅଧିକ ସମୟ ନାରୀଙ୍କ ଗହଣରେ ରହିବାକୁ ଭଲ ପାଇଥାଏ ସେହି ପୁରୁଷ ମାନେ ମୃତ୍ୟୁପରେ ନାରୀ ଜନ୍ମ ଗ୍ରହଣ କରିଥାନ୍ତି ।

ଚତୁର୍ଥ କାରଣ ଯେଉଁ ପୁରୁଷ ନାରୀ ମାନଙ୍କ ଉପରେ ଅତ୍ୟାଚାର କରେ ସେମାନଙ୍କୁ କଷ୍ଟ ଦେଇଥାଏ ନାରୀ ର ସମ୍ମାନ କରେ ନାହିଁ ସେହି ପୁରୁଷ ମୃତ୍ୟୁ ପରେ ନାରୀ ଜନ୍ମ ପାଇଥାଏ ଓ ତାକୁ ମଧ୍ୟ ସେହି ପରି ଅତ୍ୟାଚାର ଓ କଷ୍ଟ ପ୍ରାପ୍ତ ହୋଇଥାଏ । ତେବେ ଏହି କର୍ମ କରିବା ଦ୍ୱାରା ପୁରୁଷ ମୃତ୍ୟୁ ପରେ ମଧ୍ୟ ନାରୀ ଜନ୍ମ ରେ ଜନ୍ମିତ ହୋଇଥାଏ ।

ଘରକୁ ନାରୀ ର ଜନ୍ମ ହେବା ସେହି ଘର ପାଇଁ ଏକ ଆଶ୍ରିବାଦ । ସେହି ଘରକୁ ଲଷ୍ମୀଙ୍କ ଆଗମନ ହୋଇଛି ବୋଲି ମଣାଯାଏ । ନାରୀ ନିକଟରେ ଅନେକ ଗୁଣ ରହିଥାଏ ଧର୍ଯ୍ୟ, ନମ୍ର, ଶକ୍ତି , ଆଦି କ୍ଷମତା ରହିଥାଏ । ଗୋଟିଏ ନାରୀର ଅନେକ ରୂପ ଅଛି ।

ସେ କେତେବେଳେ ମା ତ କେତେବେଳେ କାହା ଝିଅ ତ କେତେବେଳେ କାହାର ସ୍ତ୍ରୀ ତେବେ ଗୋଟିଏ ନାରୀ ନିଜର ସବୁ କାର୍ଯ୍ୟକୁ ଅତି ଭଲ ଭାବେ ତୁଲାଇ ଥାଏ କିନ୍ତୁ ଆଜି କାଲି ଲୋକମାନେ ନାରୀ ମାନଙ୍କୁ ବୋଝ ମଣନ୍ତି ଓ ସେମାନଙ୍କୁ ଜନ୍ମ ହେବା ଆଗରୁ ହିଁ ମାରି ଦେଉଛନ୍ତି ସେହି ଭଳି ଲୋକମାନେ ମଧ୍ୟ ପର ଜନ୍ମ ରେ ସେହି କଷ୍ଟ ପାଇଥାନ୍ତି । ଭାଗ୍ୟରେ ଥିଲେ ଘରେ ଝିଅ ଜନ୍ମ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button