ଦେଶ- ବିଦେଶ

ପାଟଣାରେ ଟନେଲ ନିର୍ମାଣ ବେଳେ ଦୁର୍ଘଟଣା, ୨ ଓଡ଼ିଆ ଶ୍ରମିକ ମୃତ

ପାଟନା: ବିହାର ପାଟଣା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା। ବ୍ରେକ୍‌ ଫେଲ୍‌ ଯୋଗୁଁ ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ। ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି କୁହାଯାଉଛି। ସେହିପରି ୮ ଆହତ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡି଼ଶାର ନାଗରିକ ବୋଲି କୁହାଯାଉଛି।

ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଦୁର୍ଘଟଣା। ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍‌ଜିଟ୍‌ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିଲେ। ଏହି ସମୟରେ, ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍‌ ହୋଇଯାଇଥିଲା।

ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ମେସିନ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଛି। ସେହିପରି ୮ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କ କହିବାନୁସାରେ, ରାତି ପ୍ରାୟ ୧୦ଟା ସମୟରେ ଟନେଲରେ ଏହି ଦୁର୍ଘଟଣା ଘଟିଥିବାବେଳେ ସୂଚନା ବାହାରକୁ ଆସିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଟନେଲ ଭିତରେ ପ୍ରାୟ ୨୫ ଶ୍ରମିକ କାମ କରୁଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button