ଦେଶ- ବିଦେଶ

ମନ୍ତ୍ରୀଙ୍କ ଚେତାବନୀକୁ ବେଖାତିର, ପୁଣି ୩୦ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଦେଶର ସମସ୍ତ ଏୟାରଲାଇନ୍ସକୁ କ୍ରମାଗତ ଭାବେ ବୋମାରେ ଉଡାଇଦେବାକୁ ଧମକ ମିଳିବାରେ ଲାଗିଛି। ସୋମବାର ରାତିରେ ୩୦ରୁ ଅଧିକ ବିମାନ କମ୍ପାନୀକୁ ବୋମା ଧମକ ମିଳିଛି।

ଏଥିରେ ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ରହିଛି। ଗତ ୮ ଦିନ ମଧ୍ୟରେ ୧୨୦ରୁ ଅଧିକ ବିମାନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି।

ଏଥିରେ ୧୦ଟି ଇଣ୍ଡିଗୋ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସୂଚନା ଅନୁଯାୟୀ, ମାଙ୍ଗାଲୁରରୁ ମୁମ୍ବାଇ ଯାଉଥିବା ବିମାନକୁ ଏନେଇ ଆଲର୍ଟ ମିଳିଥିଲା। ଯାହା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଅହମ୍ମଦାବାଦରୁ ୟେଦାକୁ ଯାଉଥିବା ବିମାନ 6E 75କୁ ଲ୍ୟାଣ୍ଡିଙ୍ଗ ପରେ ଧମକ ପାଇଥିବା ଜଣାପଡିଛି। ଏହା ପରେ ବିମାନକୁ ଅନ୍ୟତ୍ର ନିଆଯାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ସେହିପରି ଧମକ ମିଳିଥିବା ବିମାନ ମଧ୍ୟରେ ହାଇଦ୍ରାବାଦରୁ ଜେଡ୍ଡାକୁ ଯାଉଥିବା 6E 67 ବିମାନ, ଇସ୍ତାନବୁଲରୁ ମୁମ୍ବାଇକୁ ଆସୁଥିବା 6E 18 ବିମାନ ମଧ୍ଯ ସାମିଲ ରହିଛି।

ବିମାନରେ ବୋମା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ବୋମା ବିସ୍ଫୋରଣ ନେଇ ଧମକ ମିଳିଥିବା ବିମାନଗୁଡ଼ିକ ମଧ୍ଯରେ ଇଣ୍ଡିଗୋର ୧୦ ବିମାନ ଅନ୍ତର୍ଭୁକ୍ତ। ଏନେଇ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ କିଛି ବିମାନକୁ ସୁରକ୍ଷା ସମ୍ବନ୍ଧୀୟ ଆଲର୍ଟ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଏଭଳି ଗୁଜବ କଲ୍ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button