ଏକ ମାସ ପୂର୍ବରୁ ହିଁ ମିଳିଯାଏ ହାର୍ଟଟାକ୍ ର ଏହି ସବୁ ସଙ୍କେତ, ସମୟ ଥାଇ ହୁଅନ୍ତୁ ସାବଧାନ ! ନହେଲେ

ସୂଚନା ଅନୁସାରେ ଆଜିର ଦୂଷିତ ପରିବେଶ ଓ ଲୋକ ମାନଙ୍କର ଖରାପ ଜୀବନଶୈଳୀ କାରଣରୁ ହାର୍ଟ ଆଟାକ୍ ସମସ୍ଯା କେବଳ ବୟସ୍କ ଲୋକଙ୍କୁ ନୁହେଁ । ଏହା ସହିତ ଅଧିକ ମାତ୍ରାରେ ଯୁବପିଢୀଙ୍କ ଠାରେ ଦେଖାଯାଉଛି । ଯେଉଁ ମାନଙ୍କୁ ହାର୍ଟ ଜନିତ କିଛି ମଧ୍ୟ ସମସ୍ଯା ରହୁଥାଏ । ତାଙ୍କ ମାନଙ୍କ ଠାରେ ଅନ୍ୟ ମାନଙ୍କ ତୁଳନାରେ କିଛି ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଜି ଆପଣ ମାନେ ହାର୍ଟର ସମସ୍ଯାକୁ ଆଗରୁ ଲକ୍ଷଣ ଦ୍ଵାରା କିପରି ଜାଣିପାରିବେ ।
ତାହା ଜାଣିବାକୁ ପାଇବେ । ଯେଉଁ ଲୋକମାନଙ୍କର ଅଧିକ ଶାରୀରିକ କାମ ନକରି ମଧ୍ୟ ଝାଳ ବାହାରିଥାଏ । କାରଣ ଯେତେବେଳେ ଶରୀରର ଧମନୀରେ କୌଣସି ବ୍ୟାଘାତ କାରଣରୁ ହାର୍ଟକୁ ରକ୍ତ ପାହଞ୍ଚିବାରେ ବିଳମ୍ବ ହେଉଥାଏ । ତେଣୁ ଶରୀର ଅଧିକ ପରିଶ୍ରମ କରି ହାର୍ଟ ପାଖକୁ ରକ୍ତ ପହଞ୍ଚାଇଥାଏ । ବଡିର ତାପମାତ୍ରାକୁ ସାମାନ୍ୟ କରି ରଖିବା ପାଇଁ ଝାଳ ବାହାରିବା ଆରମ୍ଭ ହୋଇଥାଏ ।
ଧମନୀରେ ବ୍ୟାଘାତ କାରଣରୁ ହାର୍ଟରେ ରକ୍ତ ପହଞ୍ଚିବାରେ ବାଧା ସୃଷ୍ଟି ହୋଇଥାଏ । ଯାହା ଫଳରେ ଧମନୀରେ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରିନଥାଏ । ଏହା ଯୋଗୁ ଶରୀରରେ ବିପି ଲୋ ହେବା ସହିତ ବାରମ୍ବାର ଚକର ଆସିଥାଏ । ହାର୍ଟରେ ଯନ୍ତ୍ରଣା ହେବା । ମନ ଅସ୍ଥିର ରହିବା । ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।
ହାର୍ଟ ସମସ୍ଯା ହେବାର ଏହା ସୂଚିତ କରାଇଥାଏ । ଯେତେବେଳେ ହାର୍ଟ ସମସ୍ତ ଅଙ୍ଗକୁ ରକ୍ତ ପହଞ୍ଚାଇବାକୁ ବିଳମ୍ବ କରିଥାଏ । ଶରୀରର ସ୍ନାୟୁ ଗୁଡିକ ଫୁଲିଯାଇଥାଏ । ଯାହା ଦ୍ଵାରା ପାଦ ଫୁଲିଯିବା ସହ ହାତ ଗୋଡରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ହାର୍ଟରେ ପ୍ରୋବ୍ଲେମ ଆସିଲେ । ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ ।
ଯାହା କାରଣରୁ ବାରମ୍ବାର ଥଣ୍ଡା, ଜ୍ଵର ହେବା ସହିତ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ହାର୍ଟ ସମସ୍ଯା ଥିବା ବ୍ୟକ୍ତି ମାନଙ୍କର ମଧ୍ୟ ପେଟରେ ବହୁତ ଶୀଘ୍ର ଗ୍ଯାସଟ୍ରିକ ଭଳି ପେଟ ସମସ୍ଯା ବାହାରିଯାଇଥାଏ । ହାତ, ଗୋଡ, ଅଣ୍ଟା ଓ ପିଠିରେ ଅଧିକ ଦରଜ ବିନ୍ଧା ହେବା ସହ ଶରୀର ଦୁର୍ବଳ ଅନୁଭବ କରିବା ।
ଅଳ୍ପ କାମ କରି ମଧ୍ୟ ଦେହ ଅଧିକ ମାତ୍ରାରେ ଥକାପଣ ଅନୁଭବ କରିବା । ହାର୍ଟରେ କିଛି ମଧ୍ୟ ଖରାପ ହେବା ପୂର୍ବରୁ ଯଦି ଆପଣ ଏହାର ଆଗରୁ ଲକ୍ଷଣ ଜାଣି କରି ଯତ୍ନଶୀଳ ହୋଇଯିବେ । ତେବେ ଆଗକୁ ଯାଇ ହାର୍ଟ ଆଟାକ୍ ଭଳି ଗୁରୁତର ସମସ୍ଯାର ସମୁଖୀନ ହେବା ପଡିନଥାଏ