ଦେଶ- ବିଦେଶ

ଏହି ଦେଶରେ ବିବାହ ପାଇଁ ବଜାରରେ ବିକ୍ରି ହୁଅନ୍ତି ଝିଅମାନେ, ଏହା ସହିତ ଝିଅମାନଙ୍କୁ କରିବାକୁ ପଡିଥାଏ ଏହି କାମ

ଦୁନିଆର ବୁଲ୍ଗାରିୟା ଏକ ଏମିତି ଦେଶ ଅଟେ ଯେଉଁଠି ସବୁ ବର୍ଷ ଝିଅମାନଙ୍କୁ ବିକ୍ରି କରିବା ପାଇଁ ଚାରି ଥର ବଜାର ଲାଗିଥାଏ । ବୁଲ୍ଗାରିୟାରେ ବାହାଘର ପାଇଁ ଝିଅମାନଙ୍କୁ ବିକ୍ରି କରାଯାଏ । ସବୁଠୁ ବଡ କଥା ଏହା ଅଟେ କି ଏଠି ଯୁବତୀମାନଙ୍କୁ ବିକ୍ରି କରିବାର କାମ ନିଜେ ମା – ବାପା ଖୁସି ଖୁସି କରିଥାନ୍ତି । ଅନ୍ୟ ପଟେ ଝିଅମାନେ ଏହି ବଜାରରେ ବିକ୍ରି ହେବା ଦ୍ଵାରା କୌଣସି ଦୁଖିତ ବି ହୁଅନ୍ତି ନାହିଁ ।

ଏହିଭଳି ଭାବରେ ଝିଅମାନେ ଏହି ବଜାରକୁ ଏକ ଜରିଆ ମାନନ୍ତି, ଯେଉଁଠି ସେମାନଙ୍କୁ ଏକ ଭଲ ମଉକା ମିଳିଥାଏ । ଯେଉଁ ବଜାର ବିଷୟରେ ଆମେ କହୁଛୁ ତାହା ବଚକୋୱୋ ମୋନେଷ୍ଟ୍ରି ପାଖରେ ଲାଗିଥାଏ । ଏହି ବଜାର ଲାଗିବାର କାରଣ ଏଠିକାର ରୂଢିବାଦୀ ଚିନ୍ତା ଧାରା ଅଟେ ।

ରୋମା ସମୁଦାୟର ଝିଅମାନଙ୍କର ଯେତେବେଳେ ମାସିକ ଧର୍ମ ଆରମ୍ଭ ହୋଇଥାଏ ତେବେ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଏ । ଯାହା ପରେ ଏହି ରୋମା ସମୁଦାୟ ତାଙ୍କୁ ପଢିବା ପାଇଁ ଅନୁମତି ଦିଏ ନାହିଁ । ତାଙ୍କୁ ବିବାହ ଉପୋଯୋଗୀ ବୋଲି ମାନି ନିଅନ୍ତି । ସେଥିପାଇଁ ଏହି ବଜାରରେ ଯେଉଁ ଯୁବତିମାନଙ୍କୁ ବାହାଘର ପାଇଁ ବିକ୍ରି କରାଯାଏ ପ୍ରାୟତଃ ସେମାନେ ନାବାଳିକା ହୋଇଥାନ୍ତି ।

ବାହାଘର ପାଇଁ ଇଚ୍ଛା ରଖୁଥିବା ଯୁବତୀମାନେ ଏଠି ନିଜେ କିମ୍ବା ନିଜର ପରିଜନମାନଙ୍କ ସହିତ କନ୍ୟା ରୂପରେ ସଜ୍ଜିତ ହୋଇ ଆସିଥାନ୍ତି । ଏହି ବଜାରରେ ଯୁବକ ଓ ଯୁବତୀମାନେ ନିଜ ପସନ୍ଦ ଅନୁସାରେ ହିଁ ପରସ୍ପରଙ୍କ ସହିତ କଥାବାର୍ତ୍ତା କରନ୍ତି । ଏହି ଚର୍ଚ୍ଚାରେ ତାଙ୍କର କାମ, ଇଚ୍ଛା – ଅନିଚ୍ଛା, ପରିବାର ସମ୍ବନ୍ଧିତ ସୂଚନା ସାମିଲ ହୋଇଥାଏ । ଏଠି ଆସୁଥିବା ଯୁବକମାନଙ୍କ ପାଇଁ ଯୁବତୀମାନେ ସୁନ୍ଦର ହେବା ସହିତ ଘରର କାମ କରିବା ସବୁଠୁ ମୁଖ୍ୟ ହୋଇଥାଏ ।

ବୁଲ୍ଗାରିୟା ର ରୋମା ସମୁଦାୟ ସମ୍ପନ୍ନ ସମୁଦାୟରେ ଆସି ନ ଥାଏ । କାରଣ ଏଠି ଆଜି ବି ଲୋକମାନେ ଅଭାବରେ ଜୀବନ ଯାପନ କରୁଛନ୍ତି । ଏହି କାରଣରୁ ଯୁବତିମାନେ ଏକ ଭଲ ଯୁବକ ଖୋଜିଥାନ୍ତି । ଯାହା ପାଖରେ ପ୍ରଚୁର ଟଙ୍କା ଥିବ ଓ ତାଙ୍କୁ ସେମାନେ ଏକ ଭଲ ଜୀବନ ଦେଇ ପାରିବେ । କିଛି ଯୁବତୀ ଖୁସି ଖୁସି ଆସିଥାନ୍ତି ତ କିଛି ଯୁବତୀ ଏଥିରେ ବାଧ୍ୟ ହୋଇ ସାମିଲ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button