ରାଜ୍ୟ

୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍

 ଘାଟିରେ ଓଲଟିଲା ବସ୍, ୨୦ ଆହତ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ରାମଗଡ ବୁଲଣିଆ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଗୁରୁତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ବସ୍‌ ମାଧ୍ୟମରେ ନିଜର ଗନ୍ତ୍ୟବ ସ୍ଥଳକୁ ଯାଇଥିଲେ।

ଏହି ସମୟରେ ମହାକାଳ ନାମକ ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲିକାନଗିରି ଅଭିମୁଖେ ଆସୁଥିଲା। ରାମଗଡ଼ ଘାଟିରେ ବସ୍‌ଟି ପ୍ରଥମେ ରାସ୍ତାକଡ଼କୁ ଖସିଯାଇଥିବା ଜଗନ୍ନାଥ ବସ୍‌କୁ ଧକ୍କା ଦେଇଥିଲା। ପରେ ଏକ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ରାମଗଡ଼ ଘାଟିର ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button