ରାଜ୍ୟ

ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଗୁରୁତର

ହିନ୍ଦୋଳ, ୨୦/୧୦: ହିନ୍ଦୋଳ ବନାଞ୍ଚଳ ରାସୋଳ ଫରେଷ୍ଟ ସେକ୍ସନ ଇଲାକା ଠେଙ୍ଗା ଛୋଟାପଡା ଅଞ୍ଚଳରେ ଜଣେ ଚାଷୀଙ୍କୁ ହାତୀ କଚାଡି ମାରିଦେଇଥିବା ବେଳେ ଅନ୍ୟ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳେ ଗ୍ରାମର ଦୁଇଜଣ ଚାଷୀ ନିଜ ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ସହିତ ଉଭୟଙ୍କର ମୁହାଁମୁହିଁ ହୋଇଯାଇଥିଲା।

ହାତୀ ଆକ୍ରମଣରେ ଠେଙ୍ଗା ଗ୍ରାମର ରମେଶ ଖମାରିଙ୍କର ମୃତ୍ୟୁ ହୋଇଥିବା ବେଳେ ଛୋଟାପଡା ଗ୍ରାମର ଅମର ବେହେରା ଗୁରୁତର ଅବସ୍ଥାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ବନବିଭାଗର କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button