ରାଜ୍ୟ

ମାଈ ହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଂଜ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଏକ ମାଈ ହାତୀ ମରିପଡିଥିବା ସେପ୍ଟେମ୍ବର ୨୦ ତାରିଖର ସକାଳୁ ଦେଖିବାକୁ ମିଳିଥିଲା। ବାଙ୍ଗିରିପୋଷି ରେଂଜ ବ୍ରାହ୍ମଣ ଗାଁ ପଞ୍ଚାୟତ ବାଲିଆଢ଼ିପା ଶିମିଳିପାଳ ଜଙ୍ଗଲ ପାଖ ଏକ ଧାନ କ୍ଷେତ ନିକଟରେ ମାଇଁ ହାତୀର ମୃତଦେହ ଦେଖି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଜଣାଇଥିଲେ।

ହାତୀଟି ଆଣ୍ଠୁ ଓ ଶୁଣ୍ଢ ମାଡ଼ି ବସିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲା। ଶୁଣ୍ଢ କ୍ଷତାକ୍ତ ହେବା ସହିତ ଗୋଟିଏ ସ୍ଥାନରେ ପଡି ରହିଥିଲା।

ଖବର ପାଇ ଡିଏଫଓ ଏ ଉମା ମହେଶ, ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ, ତାଳବନ୍ଧ ରେଞ୍ଜର ଶୈଳେନ୍ଦ୍ର ଦାସ, ବନ କର୍ମଚାରୀ ସହିତ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାଈ ହାତୀଟିର ବୟସ ୩୫-୪୦ ବର୍ଷ ହେବ ବୋଲି ଆକଳନ କରିଥିବା ବେଳେ କାହିଁକି ମୃତ୍ୟୁ ହେଲା ତାର ନିର୍ଦ୍ଦିଷ୍ଟ ସୂଚନା କେହି ଦେଇ ପାରିନଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଯାଇ ଥିଲା। ଶବବେବଛେଦ ରିପୋର୍ଟରେ ହାତୀଟି ବିଦ୍ୟୁତ ଚାର୍ଜରେ ମରିଥିବା ଜଣା ପଡ଼ିଥିଲା। ତଦନ୍ତ ପରେ ଗ୍ରାମର ଚାଷୀ ଭଗବାନ ସୋରେନକୁ ଗିରଫ କରିଛି।

ମାଈ ହାତୀଟିର ବୟସ ୩୫-୪୦ ବର୍ଷ ହେବ ବୋଲି ଆକଳନ କରିଥିବା ବେଳେ କାହିଁକି ମୃତ୍ୟୁ ହେଲା ତାର ନିର୍ଦ୍ଦିଷ୍ଟ ସୂଚନା କେହି ଦେଇ ପାରିନଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଯାଇ ଥିଲା। ଶବବେବଛେଦ ରିପୋର୍ଟରେ ହାତୀଟି ବିଦ୍ୟୁତ ଚାର୍ଜରେ ମରିଥିବା ଜଣା ପଡ଼ିଥିଲା। ତଦନ୍ତ ପରେ ଗ୍ରାମର ଚାଷୀ ଭଗବାନ ସୋରେନକୁ ଗିରଫ କରିଛି।

ବାରମ୍ବାର ଧାନ କ୍ଷେତ ହାତୀ ନଷ୍ଟ କରୁଥିବାରୁ ଜିଆଇ ତାରକୁ ଚାର୍ଜ କରି କ୍ଷେତରେ ଲଗାଇଥିବା ଶିକାର କରିଥିବା ରେଞ୍ଜର ମହେଶ୍ୱର ସିଂ କହିଛନ୍ତି। ଡିଏଫଓ ଙ୍କ ନିର୍ଦେଶ କ୍ରମେ ରବିନାରାୟଣ ମହାନ୍ତିଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ଧରିବାକୁ ଦୁଇ ପ୍ଲାଟୁନ ଫୋର୍ସ, ସ୍କୁଆର୍ଡର କର୍ମଚାରୀ ସହିତ ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ ଓ ବନ କର୍ମଚାରୀ ଯାଇଥିଲେ। ବିଦ୍ୟୁତ ଖୁଣ୍ଟ ଦୂରରେ ଥିବାରୁ ଏକା ବିଦ୍ୟୁତ ଚାର୍ଜ କରିବା ଅସମ୍ଭବ ବୋଲି ରେଞ୍ଜର କହିଛନ୍ତି। ଯଦି ଦରକାର ହୁଏ ଭଗବାନକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି। ଅଭିଯୁକ୍ତ ଭଗବାନର କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। ବନବିଭାଗ ୪୨/୨୦୨୪/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button