ଦେଶ- ବିଦେଶ

ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ; ଜନଜାତୀୟ ଗୌରବ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶ ପାଳିତ ହେଉଛି ଜନଜାତି ଗୌରବ ଦିବସ । ଆଦିବାସୀଙ୍କ ଭଗବାନ ତଥା ମହାନ ଜାତୀୟତାବାଦୀ ସଂଗ୍ରାମୀ ବିର୍ସାମୁଣ୍ଡଙ୍କ ଆଜି ୧୫୦ତମ ଜନ୍ମ ଜୟନ୍ତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗବାନ ବିର୍ସାମୁଣ୍ଡଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପିଏମ୍ ମୋଦି ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ଭଗବାନ ବିର୍ସାମୁଣ୍ଡା ମାତୃଭୂମି ପାଇଁ ନିଜର ସର୍ବଶ୍ବ ସମର୍ପିତ କରିଦେଇଥିଲେ ।

ତାଙ୍କ ଜନ୍ମ ଜୟନ୍ତିରେ ଜନଜାତୀୟ ଗୌରବ ଦିବସରେ ତାଙ୍କୁ କୋଟି କୋଟି ପ୍ରଣାମ’ ବୋଲି ପିଏମ୍ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଜାତୀୟ ଗୌରବ ଦିବସରେ ବିହାରର ଜମୁଇ ଗସ୍ତ କରିବେ । ସେ ଦିନ ୧୧ଟା ବେଳେ ସେଠାରେ ପହଞ୍ଚି ଭଗବାନ ବିର୍ସାମୁଣ୍ଡାଙ୍କର ଏକ ସ୍ମାରକୀ ଏବଂ ଡାକ ଟିକେଟ୍ ଅନାବରଣ କରିବେ । ଏହାଛଡ଼ା ଆଦିବାସୀ ସମୁଦାୟର ଉତ୍ଥାନ ପାଇଁ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବବେ । ଗ୍ରାମୀଣ ଅଞ୍ଚଳର ବୁନିଆଦି ଢାଞ୍ଚାରେ ବିକାଶ ପାଇଁ ୬, ୬୪୦ କୋଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button