ଦେଶ- ବିଦେଶ

ଫୋକସ୍‌ରେ ଗ୍ୟାଜେଟ୍: ନୂଆ ଫିଚର ଫୋନ୍‌ ‘ଜିଓ ଭାରତ ଭି୩ ଓ ଭି୪’

ଦେଶର ପ୍ରମୁଖ ଫୋନ୍ ନିର୍ମାତା ତଥା ନେଟ୍ଵର୍କ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ପକ୍ଷରୁ କମ୍ ମୂଲ୍ୟର ଦୁଇଟି ଫିଚର୍ ଫୋନ୍ର ବଜାରପ୍ରବେଶ ଘୋଷଣା କରାଯାଇଛି। ଅଳ୍ପ କିଛି ଦିନ ଭିତରେ ଜିଓର ନିଜସ୍ବ ଷ୍ଟୋର୍ ସମେତ ଜିଓମାର୍ଟ ଓ ଆମାଜନ୍ ଇଣ୍ଡିଆ ପରି ଇ-କମର୍ସ ଭଣ୍ଡାରରେ ଏହା ଉପଲବ୍ଧ ହେବ। ‘ଜିଓଭାରତ ଭି ୩’ ଓ ‘ଜିଓଭାରତ ଭି୪’ ନାମକ ଦୁଇଟି ଯାକ ସଂସ୍କରଣର ମୂଲ୍ୟ ୧,୦୯୯ ଟଙ୍କା ରହିଥିବା ବେଳେ ଉଭୟ ଫୋନ୍ ୪ଜି ନେଟ୍ଵର୍କସଂପନ୍ନ ଏବଂ ତାହା ଜିଓଟିଭି, ଜିଓସିନେମା, ଜିଓପ୍ଳେ ଓ ଜିଓଚାଟ୍ ପରି ସେବାଗୁଡ଼ିକ ଅନାୟାସରେ ଆହରଣ କରିପାରିବ।

ତେବେ ପ୍ରତିଟି ଫୋନ୍ ପାଇଁ ମାସିକ ୧୨୩ ଟଙ୍କାର ରିଚାର୍ଜ ପ୍ଲାନ୍ ଆପଣେଇବାକୁ ହେବ। ସେଥିରେ ଅସୀମିତ କଥାବାର୍ତ୍ତା ସାଙ୍ଗକୁ ୧୪ ଜିବି ଡେଟାର ସୁବିଧା ରହିଛି।

ଉଭୟ ମଡେଲ୍ ମଧ୍ୟରୁ ‘ଜିଓଭାରତ ଭି୩’ ଫୋନ୍ରେ ଷ୍ଟାଇଲ୍କୈନ୍ଦ୍ରିକ ଭାଷା ରହିଥିବା ବେଳେ ଭି୪ ସଂସ୍କରଣଟି ଅପେକ୍ଷାକୃତ ପତଳା ହେଲେ ବି ବ୍ୟବହାର ଉପଯୋଗୀ। ଫୋନ୍ ଦୁଇଟିରେ ଜିଓର ବିଭିନ୍ନ ସେବା ସମେତ ୟୁପିଆଇ ଦେଣନେଣ ପାଇଁ ଆବଶ୍ୟକ ସଫ୍ଟୱେର୍ ମଧ୍ୟ ଡାଉନ୍ଲୋଡ୍ ହୋଇ ରହିଛି। ଉଭୟ ଫୋନ୍ ୧,୦୦୦ ଏମ୍ଏଏଚ୍ କ୍ଷମତା ବିଶିଷ୍ଟ ବ୍ୟାଟେରି ଦ୍ବାରା ପରିଚାଳିତ। ସେହିପରି ଦୁଇଟି ଯାକ ଫୋନ୍ର ମେମୋରିକୁ ୧୨୮ ଜିବି ଯାଏ ସମ୍ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି। ଫୋନ୍ ଦୁଇଟି ୨୩ଟି ଭାରତୀୟ ଭାଷାରେ ବ୍ୟବହାର କରିହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button