ରାଜ୍ୟ

ଆରମ୍ଭ ହେଲା କାର୍ତ୍ତିକ ମାସ : ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର, ୧୭/୧୦ : ଆରମ୍ଭ ହେଲା କାର୍ତ୍ତିକ ମାସ । ଆକାଶଛୁଆଁ ପରିବା ଦର । ନିୟନ୍ତ୍ରଣ ବାହାରେ ଅଧିକାଂଶ ପରିବା ଦର । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ପରିବା ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । କଟକ ଛତ୍ରବଜାରରେ ଟମାଟୋ କିଲୋ ୮୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ମଧ୍ୟ ୮୦ ଟଙ୍କା ରହିଛି ।

ବାଇଗଣ ୭୦, ଝୁଡ଼ଙ୍ଗ ୬୦, ଭେଣ୍ଡି ଓ କାକୁଡ଼ି ୬୦ ଟଙ୍କା ରହିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର ।

ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ । ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି । କଟକ ଛତ୍ର ବଜାରରେ ବି ସମାନ ସ୍ଥିତି ଦେଖା ଦେଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button