ରାଜ୍ୟ
ମାଲକାନଗିରି ଏମଭି-୮ ଗ୍ରାମରେ ହତ୍ୟାକାଣ୍ଡ, କାରଣ ଅସ୍ପଷ୍ଟ

ମାଲକାନଗିରି, ୧୫/୧୦ : ମାଲକାନଗିରି ଜିଲ୍ଲା ଏମଭି-୮ ଗ୍ରାମରେ ହତ୍ୟାକାଣ୍ଡ। ମିଲନ ମଜୁମଦାର ନାମକ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ଗାଁ ନିକଟସ୍ଥ ପଡିଆରେ ଫିଙ୍ଗି ଦେଇଛନ୍ତି। ସୋମବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ସକାଳେ ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରା ପଡିନଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ମଦ ବୋତଲ, କୋଲ୍ଡ ଡ୍ରିଙ୍କସ୍ ଏବଂ ଚପଲ ପଡି ରହିଛି। ମଦ ନିଶାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି।




