ବିଜେଡି ନେତା ଜଣ ଜଣ କରି ଦଳ ଛାଡ଼ି:ସମ୍ପଦ ସ୍ବାଇଁ
ଭୁବନେଶ୍ୱର: ଅମର ଶତପଥି ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛନ୍ତି ଶିଳ୍ପମନ୍ତ୍ରୀଙ୍କ ସମ୍ପଦ ସ୍ବାଇଁ। ଶିଳ୍ପମନ୍ତ୍ରୀ କହିଛନ୍ତି ଇଏ ତ ଆରମ୍ଭ, ଆଗକୁ ଦେଖିବେ ଆହୁରି ନେତା ବିଜେଡି ଛାଡ଼ୁଛନ୍ତି। ବିଜେଡି, ଭାଜପାକୁ କପି କରୁଛି। ସେ ଦଳରେ ସମ୍ବିଧାନ, ଗଣତନ୍ତ୍ର ନାହିଁ। ଆମକୁ ଦେଖି ସେମାନେ ସଦସ୍ୟତା ଅଭିଯାନ ଆରମ୍ଭ କଲେ।
ତାଙ୍କର ବରିଷ୍ଠ ନେତା କହିଲେ ସଦସ୍ୟତା ନବୀକରଣ କରିବେନି, ତେବେ ଏହା ହାସ୍ୟାସ୍ପଦ। ସେମାନେ କେବେ ବିରୋଧୀ ଦଳରେ ରାଜନୀତି କରିପାରିବେନି। ବିଜେଡି ନେତା ସଂଘର୍ଷ କରି ପାରିବେନି, ଜଣଜଣ କରି ଦଳ ଛାଡ଼ିବେ। ଅମର ଶତପଥୀ ଭାଜପାରେ ଯୋଗ ଦେବେ କି ପ୍ରଶ୍ନରେ ପ୍ରତିକ୍ରିୟାରେ ସେ ସମ୍ପର୍କରେ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ବ ନେବେ ବୋଲି ସମ୍ପଦ କହିଛନ୍ତି।
ଅମର ଶତପଥୀ କହିଛନ୍ତି ଯେ, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ଵାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ଵତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ବିଜେପିକୁ ଯାଇ ନାହାଁନ୍ତି। ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।