ଦେଶ- ବିଦେଶ

ବିଷ୍ଣୋଇ ଗ୍ୟାଙ୍ଗ୍ ‘ହିଟ୍ ଲିଷ୍ଟ’ରେ ମୁନୱାର ଫାରୁକି, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ବିଗ୍ ବସ୍ ୧୭ ୱିନର୍ ତଥା ଗେମିଂ ଶୋ ପ୍ଲେଗ୍ରାଉଣ୍ଡ ସିଜନ୍-୪ର ଉପସ୍ଥାପକ ମୁନୱାର ଫାରୁକିଙ୍କ ସୁରକ୍ଷା ବଢ଼ିଲା। ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ମୁନୱାର ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଇଛି।

ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁନୱାରଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ତାଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେଉଁ ଗ୍ୟାଙ୍ଗ୍ ଏହି ଧମକ ଦେଇଛି, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତଥାପି ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ପୁଲିସ କହିଛି।

ସେପଟେ, ନିକଟରେ ମଧ୍ୟ ମୁନୱାରଙ୍କୁ ଟାର୍ଗେଟ କରାଯାଇଥିଲା। ସେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ମାତ୍ର କିଛି ଗ୍ୟାଙ୍ଗଷ୍ଟର୍ ତାଙ୍କୁ ସେଠାରେ ଟାର୍ଗେଟ କରିଥିବା ଦିଲ୍ଲୀ ପୁଲିସ ଜାଣିବାକୁ ପାଇଥିଲେ। ଏହାପରେ ଦିଲ୍ଲୀ ପୁରସ ମୁନୱାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ସହ ସେଠାକୁ ଯିବାକୁ ଦେଇନଥିଲା।

ଏଥିସହ ରାତାରାତି କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚାଇଥିଲା। ଏଥିରେ ଦିଲ୍ଲୀ ପୁଲିସକୁ ମୁମ୍ବାଇ ପୁଲିସ ମଧ୍ୟ ସାହାଯ୍ୟ କରିଥିଲା। ଏବେ ପୁଣି ତାଙ୍କୁ ଟାର୍ଗେଟ କରାଯାଇଥିବା ସନ୍ଦେହ କରିଛି ମୁମ୍ବାଇ ପୁଲିସ।

ପ୍ରକାଶ ଥାଉକି, ନିକଟରେ ବାବା ସିଦ୍ଦିକିଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସିଦ୍ଦିକିଙ୍କୁ ହତ୍ୟା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପୂର୍ବରୁ ଧମକ ଦେଇଥିଲା। ଏାପରେ ତାଙ୍କୁ ୱାଇ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ମାତ୍ର ସମସ୍ତ ସୁରକ୍ଷାକୁ ଭେଦି ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button