ଦେଶ- ବିଦେଶ

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଛୁରିମାଡ଼ରେ ୩ ଆହତ – Kalinga News

[ad_1]

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଜଣେ ଏନସି (ନେସନାଲ କନଫରେନ୍ସ) ନେତାଙ୍କ ନିର୍ବାଚନ ରାଲିରେ ଛୁରିମାଡ଼ ହୋଇ ୩ ଜଣ ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲାର ମେଣ୍ଢର ଅଞ୍ଚଳରେ ଏନସି ମୁଖ୍ୟ ଏବଂ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଅନନ୍ତନାଗ-ରାଜୌରୀ ଲୋକସଭା ଆସନର ପ୍ରାର୍ଥୀ ମିଆନ ଅଲତଫ ଅହମଦଙ୍କ ସହ ରାଲି କରିଥିଲେ। ରାଲି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଛୁରିମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ଆହତ ଯୁବକମାନଙ୍କୁ ଚିକିତ୍ସା ପାଇଁ ରାଜୌ୍ରୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଅଛି ବୋଲି ଡାକ୍ତର କହିଛନ୍ତି। ଆହତ ଯୁବକଙ୍କ ନାଁ ସୁହେଲ ଅହମଦ। ସେ ମେଣ୍ଢର ବାସିନ୍ଦା। ଅନ୍ୟ ୨ ଆହତ ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ୟାସିର ଅହମଦ ଏବଂ ଇମ୍ରାନ ଅହମଦ। ତେବେ ଉକ୍ତ ୨ ଯୁବକ ହସ୍ପିଟାଲ ଛାଡ଼ି ପଳାଇଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାରେ କେହି ଗିରଫ ହୋଇନାହାନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button