ରାଜ୍ୟ

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଫୁଲବାଣୀ, ୧୪/୧୦: ରୁଜାଙ୍ଗୀ ଠାରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା । ମୃତ ମହିଳା ଜଣକ ରୁଜାଙ୍ଗୀର ଉମାଚରଣ ପ୍ରଧାନଙ୍କ ସ୍ତ୍ରୀ ଅର୍ଚ୍ଚିତା ପ୍ରଧାନ (୨୪) ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତ ରୁଜାଙ୍ଗୀଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ମୁତାବକ, ଉମାଚରଣ ନୟାଗଡ଼ ଠାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ରୁଜାଙ୍ଗୀରେ ଘରଭଡା ନେଇ ରହୁଛନ୍ତି । ରବିବାର ସକାଳେ ଅର୍ଚ୍ଚିତା ତାଙ୍କ ଘର ଭିତରେ ବେକରେ ନିଜ ଓଢ଼ଣୀ ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ ତାଙ୍କ ସ୍ୱାମୀ । ଏହା ଦେଖି ତାଙ୍କ ସ୍ୱାମୀ ଆତ୍ମହରା ଅବସ୍ଥାରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଏନେଇ ଅର୍ଚ୍ଚିତାଙ୍କ ବାପା ସୁଧାକର ସ୍ବାଇଁ ସଦର ଥାନାରେ ଏକ ଏତଲା ଦେଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button