ମନୋରଞ୍ଜନ

ଜାଣିଛନ୍ତି କି? ସମାନ ଡ୍ରେସ ଦେଖି କାହିଁକି ଇର୍ଷାରେ ଜଳିଥାନ୍ତି ମହିଳା

କଥାରେ ଅଛି ନାରୀ ମାୟା ସ୍ୱୟଂ ନାରାୟଣଙ୍କୁ ବି ଜଣା ନଥାଏ । ମହିଳାଙ୍କ ଚରିତ୍ର ବି ବିଚିତ୍ର । ନିଜ ଲୁକ, ଡ୍ରେସ , ଗହଣା ଆଦିରେ ସବୁବେଳେ ସେମାନେ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଦେଖାଯିବାକୁ ଚେଷ୍ଟା କରିଥାନ୍ତି । ଯଦି ଏଥିରେ କିଛିଟା ତ୍ରୁଟି ଆସେ ଜଣଙ୍କର ପରିସ୍ଥିତି ଜଟିଳ ହୋଇପଡେ । ସାଧାରଣରେ ବି ବିଶ୍ୱାସ କରାଯାଏ କି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ପ୍ରତି ଈର୍ଷାଳୁ ଥାନ୍ତି । ବେଳେ ବେଳେ ତ ଭିତର ଇର୍ଷା ଏତେ ବଢି ଯାଏ ଯେ କଣ ନାହିଁ କଣ କରି ବସନ୍ତି । ଅଧିକାଂଶ ସମୟରେ ନିଜ ପୋଷାକ ସହ ମିଶୁଥିବା ପୋଷାକ ଅନ୍ୟ ଜଣେ ମହିଳା ପିନ୍ଧିଥିବାର ଦେଖିଲେ ମହିଳା ମାନେ ଜମା ସହି ପାରନ୍ତି ନାହିଁ । ଏକ ଗବେଷଣାରୁ ଏହା ବି ଜଣା ପଡିଥିଲା କି ସମାନ ଧରଣର ପୋଷାକ ପିନ୍ଧୁଥିବା ମହିଳା ମାନେ ପରସ୍ପର ପ୍ରତି ଈର୍ଷାଳୁ ହୋଇ ଉଠନ୍ତି । ସେ ଦୁହେଁ ଘନିଷ୍ଠ ସାଙ୍ଗ ହୁଅନ୍ତୁ ବା ଭଉଣୀ ।

equal dress

ଇର୍ଷା କୌଣସି ସମ୍ପର୍କ ମାନି ନଥାଏ । ଯଦିବା ସେମାନେ ଉପର ଠଉରିଆ ଭାବେ ହସୁଥାନ୍ତି କିନ୍ତୁ ମନ ଭିତରେ ପରସ୍ପର ପ୍ରତି ଜଳିଯାନ୍ତି । ସର୍ଭେ ଅନୁଯାୟୀ ପ୍ରତି ୫ ଜଣରେ ଜଣେ ମହିଳା ସମାନ ଧରଣର ପୋଷାକ ଦେଖି ଚିଡିଯାନ୍ତି । ନିକଟରେ ପାଶ୍ଚାତ୍ୟ ଦେଶରେ ଅନୁଷ୍ଠିତ ହୋଇଥିବା ଏକ ଅଧ୍ୟୟନ ସମୟରେ ପ୍ରାୟ ୨୦ ପ୍ରତିଶତ ମହିଳା ସ୍ୱୀକାର କରିଥିଲେ କି ସେମାନେ ‘ସେମ ଡ୍ରେସ ସିଣ୍ଡ୍ରୋମ’ ରୋଗରେ ପୀଡିତ ଅଛନ୍ତି । ସେମ ସିଣ୍ଡ୍ରୋମର ମାନେ ହେଉଛି କାହାକୁ ନିଜ ଭଳି ଡ୍ରେସ ପିନ୍ଧିଥିବାର ଦେଖି ବ୍ୟତିବ୍ୟସ୍ତ ହେଇଯିବା ବା ଚିଡି ଯିବା । ଭିତରେ ଭିତରେ ରାଗିକି ପଞ୍ଚମ ହେଇଯିବା । କେତେକ ମହିଳା ତ ଏମିତି ଘଟଣା ଘଟିଲେ ସେମାନଙ୍କୁ ଲାଜ ଲାଗୁଥିବା କଥା ମଧ୍ୟ କହିଛନ୍ତି ।

ସେମାନେ ନିଜ ଭିତରେ ଯେମିତି ଅସହଜ ମନେ କରନ୍ତି । ଅନ୍ୟ ପକ୍ଷରେ ଏକ ସର୍ଭେରେ ୧୮ ପ୍ରତିଶତ ମହିଳା ମାନିଛନ୍ତି କି ଯଦି ସେମାନେ କୌଣସି ପାର୍ଟି ବା ସର୍ବ ସାଧାରଣ ସ୍ଥାନରେ ଅନ୍ୟ କାହାକୁ ସମାନ ଡ୍ରେସ ପିନ୍ଧିଥିବାର ଦେଖନ୍ତି ତେବେ ପରବର୍ତ୍ତୀ ସମୟରେ ନିଜ ଡ୍ରେସକୁ ଜାଳି ନଷ୍ଟ କରିଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button