ଦେଶ- ବିଦେଶ

ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା, କହିଲେ, ‘ହରିୟାଣାର ରେଜଲ୍ଟ ଅପ୍ରତ୍ୟାଶିତ.’

ରିୟାଣା ଏବଂ ଜମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ରାହୁଲ ଗାନ୍ଧି ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି ।

ଏଥିରେ ସେ କହିଛନ୍ତି, ‘ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ ହୃଦୟରୁ ଧନ୍ୟବାଦ । ରାଜ୍ୟରେ ଇଣ୍ଡିଆ (INDIA)ର ବିଜୟ ସମ୍ବିଧାନର ବିଜୟ ।

ଗଣତାନ୍ତ୍ରିକ ସ୍ୱାଭିମାନର ବିଜୟ । ଆମେ ହରିୟାଣାର ଅପ୍ରତ୍ୟାଶିତ ଫଳାଫଳର ବିଶ୍ଳେଷଣ କରୁଛୁ । ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଅଭିଯୋଗ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇବୁ’ ।

ରାହୁଲ ଗାନ୍ଧି କହିଛନ୍ତି କି, ‘ସମସ୍ତ ହରିୟାଣାବାସୀଙ୍କୁ ସେମାନଙ୍କ ସମର୍ଥନ ଏବଂ ଆମର ବବର୍‌ ଶେର୍‌ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ହୃଦୟରୁ ଧନ୍ୟବାଦ’ ।

ନିର୍ବାଚନର ଫଳାଫଳ ଘୋଷଣା ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗଙ୍କ ଉପରେ ଅଭିଯୋଗ ଆଣିଥିଲା ଯେ ଏହା ବ୍ୟବସ୍ଥାର ବିଜୟ, ଗଣତନ୍ତ୍ରର ନୁହେଁ । ଦଳ ଏହି ଫଳାଫଳକୁ ସ୍ୱୀକାର କରୁନାହିଁ ।

କଂଗ୍ରେସ ନେତା ପବନ ଖେଡ଼ା ଓ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ହରିୟାଣାର ଫଳାଫଳ ବହୁତ ଅପ୍ରତ୍ୟାଶିତ । ଏହାକୁ ଆମେ ସ୍ୱୀକାର କରିପାରିବୁ ନାହିଁ । ଅନେକ ଜିଲ୍ଲାରୁ ଗୁୁରୁତର ଅଭିଯୋଗ ଆସିଛି ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button