ଦେଶ- ବିଦେଶ

କଣ ଆପଣ ଉଲଗ୍ନ ହୋଇ ସ୍ନାନ କରୁଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

ସୂଚନା ଅନୁସାରେ ପ୍ରତ୍ଯେକ ଲୋକ ନିଜର କର୍ମ କରିବା ସହିତ ନିଜ ପରିବାର ପ୍ରତି ଯତ୍ନବାନ ମଧ୍ୟ ହେବା ଆବଶ୍ୟକ ହୋଇଥାଏ । ଏହା ସହିତ ଧାର୍ମିକ କାର୍ଯ୍ୟରେ ମଧ୍ୟ ମନାନିବେଶ କରିବା ଉଚିତ । ଯାହା ଦ୍ଵାରା ପରିବାରର ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ । ଏହା ସହିତ ମଧ୍ୟ ଅନେକ କିଛି ଏପରି ବିଶେଷ ନୀତି ନିୟମ ରହିଅଛି । ଯାହାକୁ ପାଳନ କରିବା ଦ୍ଵାରା ଆପଣଙ୍କ ତଥା ଆପଣଙ୍କ ପରିବାରର ମଙ୍ଗଳ ହୋଇବ ।

 

ଖାଇବା ସମୟରେ ଗାଲରେ ,ପାଦରେ ଓ ମୁଣ୍ଡରେ ହାତ ଦେଇ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ । ସକାଳୁ ଉଠି ପ୍ରତିଦିନ ୨ ଟି ନିମ ପତ୍ରକୁ ମୁଣ୍ଡରେ ମାରି ଯଦି ତାହାର ସେବନ କରିଥାନ୍ତି । ତେବେ ଚେହେରା ଉପରେ ଥିବା ଦାଗ, ବ୍ରଣକୁ ଦୂର କରିବା ସହିତ ଚେହେରାରେ ଏକ ପ୍ରକାର ଚମକ ଆଣିଥାଏ ।

ଏହା ସହିତ ପେଟର ଅନେକ ରୋଗ ଜୀବାଣୁକୁ ନାଶ କରିଥାଏ । ସକାଳୁ ଅଧୂଆ ମୁହଁରେ ଯଦି ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଏକ ଗ୍ଲାସ ପାଣିର ସେବନ କରିଥାନ୍ତି । ତେବେ ଶରୀର ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଗାଧୁଆ ଘରେ ଗାଧୋଇବା ସମୟରେ କେବେ ମଧ୍ୟ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ ।

 

ଗାଧାନ୍ତି । ସେହି ଓଦା ବସ୍ତ୍ରରୁ ଝରି ପଡୁଥିବା ପାଣି ପାଇଁ ପିତୃ ପୁରୁଷ ତୃପ୍ତି ହୋଇଥାନ୍ତି । ସିନ୍ଦୁର ପିନ୍ଧିବା ସମୟରେ ହାତରେ ସିନ୍ଦୁର ନପିନ୍ଧି ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ମଥାରେ ପରିଧାନ କରନ୍ତୁ । ସନ୍ଧ୍ୟା ସମୟରେ ପଢିବା, ଖାଇବା, ଶୋଇବା ଓ ମ୍ଯଥୁନ କରିବା ଉଚିତ ହୋଇନଥାଏ । ନଡିଆରୁ ବାହାରୁଥିବା ଗଜା କେବେ ମଧ୍ୟ ଖାଇବେ ନାହିଁ ।

ଘରର ଛାତ ଉପରେ ଧଳା ପେଚା ବସିଲେ ଶୁଭ ହୋଇଥିବା ବେଳେ କଳା ପେଚା ବସିଥିଲେ ଅଶୁଭ ହୋଇଥାଏ । ଯଦି ଘର ଉପରେ କଳା ପେଚା ବସିଥାଏ । ତେବେ ଏହାର ପ୍ରତିକାର ପାଇଁ ରବିବାର ଦିନ କଦଳୀ, ଗୁଡ ଓ କ୍ଷୀର ଚକଟି ଯେକୌଣସି ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ । ସକାଳୁ ଉଠି ଆଇନାରେ ମୁହଁ ଦେଖିବା ଉଚିତ ହୋଇନଥାଏ କିମ୍ବା ନିଜର ଛାଇକୁ ମଧ୍ୟ ଦେଖିବା ଉଚିତ ହୋଇନଥାଏ ।

 

ପ୍ରଥମେ ସକାଳୁ ଉଠି ମୁହଁ ଧୋଇସାରିଲା ପରେ ଠାକୁରଙ୍କୁ ଦର୍ଶନ କରିବା ଉଚିତ ହୋଇଥାଏ । ଘରର କୌଣସି କୋଣରେ ଅଳିଆ ଜମା କରି ରଖନ୍ତୁ ନାହିଁ କିମ୍ବା ଘରେ ବୁଢିଆଣୀ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ଏହା ହୋଇବା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ।  ଲୁଣ ତଳେ ପକାଇବେ ନାହିଁ କିମ୍ବା ନିଜ ଲୁଗାରେ ପୋଛିବେ ନାହିଁ । ଏହା ଦ୍ଵାରା ଋଣ ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button