ରାଜନୀତି

ପ୍ରତୀକ୍ଷାର ଅନ୍ତଃ: ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପ୍ରସନ୍ନ ପାଟ୍ଟଶାଣୀ – Kalinga News

[ad_1]

ଭୁବନେଶ୍ବର: ଦୁଇ ମାସ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା, ଏଥିରେ ଯବନିକା ପଡ଼ିଛି। ବିଜେଡି ଟିକେଟ୍‌ରେ ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପଦ୍ମ ଧରିଛନ୍ତି। କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଛି। ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି।  ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ପାଟ୍ଟଶାଣୀ ଯୋଗଦେଇଛନ୍ତି। ଏହି ଅବସରରେ ସମ୍ବିତ ପାତ୍ର, ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେବେ‌ ବୋଲି ଗତ ଏପ୍ରିଲ ମାସ ଠାରୁ ଚର୍ଚ୍ଚା ହେଉଥିଲା। ଚଳିତ ନିର୍ବାଚନରେ ପାଟ୍ଟଶାଣୀ ଲଢ଼ିବା ପାଇଁ ବିଜେଟିରୁ ଟିକେଟ୍‌ ଚାହୁଁଥିଲେ। କିନ୍ତୁ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା। ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ସେ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଥିଲା।

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି। ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ। କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟନାୟଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା, ଅବଶ୍ୟ ଏଥିରେ ଅରୂପଙ୍କୁ ପରାଜୟ ମିଳିଥିଲା। ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳରୁ ଟିକେଟ୍ ମିଳିନାହିଁ। ଏହାବ୍ୟତୀତ ରାଜ୍ୟସଭା ପାଇଁ ତାଙ୍କ ମନରେ ଆଶା ଥିବାବେଳେ ଏଥିପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା। ଏସବୁକୁ ନେଇ ସେ ଦଳ ଉପରେ ଅସନ୍ତୋଷ ଥିବା ଏବଂ ଏବେ ତାଙ୍କର ଦିଲ୍ଲୀ ଗସ୍ତ ପରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ପ୍ରସନ୍ନ ପାଟ୍ଟଶାଣୀ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖି ନଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button