ରାଜ୍ୟ
ସିସିଟିଭିରେ ଗାମୁଛା ଗୁଡାଇ ଲୁଟିଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ଲୁଟର ନୂଆ ଉପାୟ। ଘରେ କେହି ନଥିବାବେଳେ ସିସିଟିଭିରେ ଗାମୁଛା ଗୁଡାଇ ଘର ଭିତରେ ପଶିଥିଲେ ଲୁଟେରା। ହେଲେ ସିସିଟିଭିରେ କଏଦ ହେବା ଡରରେ ଏଭଳି କରିଥିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ। ଦୁର୍ବୃତ୍ତମାନେ ଘରେ ପଶି ଟଙ୍କା ୨୦ହଜାର ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ସୂଚନା ମିଳିଛି।
ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗଡ଼ସାହି ଗ୍ରାମର ନାରାୟଣ ଦାସ ଗତ ୨୮ ତାରିଖରେ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଏହି ସୟମରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଗେଟ୍ ତାଲା ଭାଙ୍ଗି ଘରେ ପଶି ଲୁଟ କରିଛନ୍ତି।