ଦେଶ- ବିଦେଶ

ମହାଯୁଦ୍ଧ ମୁହାଁ ମଧ୍ୟପ୍ରାଚ୍ୟ, ବେରୁଟରେ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକରେ ୩୭ ମୃତ, ୧୫୧ ଆହତ

ହାଯୁଦ୍ଧ ମୁହାଁ ମଧ୍ୟପ୍ରାଚ୍ୟ । ଦକ୍ଷିଣ ଲେବାନନରେ ଭୀଷଣ ସଂଘର୍ଷ । ୨୪ ଘଣ୍ଟାରେ ଇସ୍ରାଏଲର ସିରିଜ ବୋମା ମାଡ଼ରେ ୩୭ ମୃତ, ୧୫୧ ଆହତ । ବେରୁଟରେ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ। ବିସ୍ଫୋରଣରେ ଥରିଲା ଅଞ୍ଚଳ। ବେରୁଟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବାହାରେ ଇସ୍ରାଏଲ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ କରାଯାଇଛି । ହିଜବୁଲ୍ଲାର ଆଡ୍ଡା ଥିବା ଡାହିୟା ଅଞ୍ଚଳକୁ ଲାଗି ଏୟାରପୋର୍ଟର ସୀମା ରହିଛି ।

ହିଜବୁଲ୍ଲା ଗୁଇନ୍ଦା ମୁଖ୍ୟାଳୟ ଉପରେ ମଧ୍ୟ ଇସ୍ରାଏଲ ଆଟାକ କରିଥିବା କୁହାଯାଉଛି । ଇସ୍ରାଏଲୀ ସେନାର ଗ୍ରାଉଣ୍ଡ ଅପରେସନରେ ଲେବାନନର ଦୁଇ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଦକ୍ଷିଣ ଲେବାନନରେ ବାସିନ୍ଦାଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ।

ବୁଧବାର ରାତିରେ ଇସ୍ରାଏଲ ଉପରେ ଇରାନ ୨ ଶହରୁଅଧିକ ମିସାଇଲ ମାଡ଼ କରିବା ପରେ ପ୍ରତିଶୋଧ ନେବାକୁ ବଡ଼ ରଣନୀତି ପ୍ରସ୍ତୁତି କରିଛି ଇସ୍ରାଏଲ । ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର ଓ ତୈଳ କୂପ । ଇରାନର ନ୍ୟୁକ୍ଲିଅର ପ୍ଲାଣ୍ଟ ସାଇଟ ସହ ତୈଳ କୂପ ଓ ତୈଳ ବିଶୋଧନାଗାରଗୁଡିକ ଉପରେ ସିଧାସଳଖ ଏୟାରଷ୍ଟ୍ରାଇକ କରିପାରେ । ଏନେଇ ଆଇଡିଏଫ ମୁଖ୍ୟାଳୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ଅଧିକାରୀଙ୍କ ସହ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଆମେରିକା ଚାପରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ନିରବ ରହିଛି ।

ଇରାନର ପରମାଣୁ କେନ୍ଦ୍ର, ତୈଳ କୂପ ଉପରେ ଆକ୍ରମଣ ପାଇଁ ନେତାନ୍ୟାହୁ ପ୍ଲାନ କରିଥିବା ବେଳେ ଆମେରିକା ଏହାକୁ ବିରୋଧ କରୁଛି । ଇରାନର ସର୍ବୋଚ୍ଚ ନେତା ଖମନେଇ କିମ୍ବା ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ବାଇଡେନ ସତର୍କ କରାଇଛନ୍ତି । ଇରାନ ତୈଳକୂପ ଉପରେ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ନେଇ ଆଲୋଚନା ହୋଇଥିବା ବାଇଡେନ କହିଛନ୍ତି । ଏପଟେ ଇରାନର ହିଚଲିଷ୍ଟରେ ଅଛନ୍ତି ନେତାନ୍ୟାହୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ସେନାମୁଖ୍ୟଙ୍କୁ ହତ୍ୟା କରିବାକୁ ଇରାନ ଧମକ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button