ରାଜ୍ୟ

ହବିଷ୍ୟାଳୀ ଯୋଜନା; ଆସନ୍ତା ୬ରୁ ଅନଲାଇନରେ ହେବ ଆବେଦନ

ବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ସେ କହିଛନ୍ତି, ଅକ୍ଟୋବର ୬ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖ ଯାଏ ଚାଲିବ। edistrict.odisha.gov.in ୱେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳୀ।

୨୫ ଶହ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ। ସବୁ ବର୍ଷ ଭଳି ସବୁ ସୁବିଧା ହବିଷ୍ୟାଳୀଙ୍କୁ ଯୋଗାଇ ଦିଆଯିବ।

ଜିଲ୍ଲାପାଳ କହିଛନ୍ତି, ଯେଉଁ ହବିଷ୍ୟାଳୀମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ଏକ ଇଣ୍ଟିମେସନ ଯିବ। ଏତସହ ହବିଷ୍ୟାଳୀମାନେ ଶିବିରକୁ ଆସିଲେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସେମାନଙ୍କୁ ଅନ୍ୟାନ ସୁବିଧା ଯୋଗାଇ ଦିଆଯିବ।

ଆଶ୍ୱିନ୍ୟ ମାସ ଶୁକ୍ଳ ପକ୍ଷ ଏକାଦଶ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ। ହଜାର ହଜାର ହବିଷ୍ୟାଳୀ ଶ୍ରୀମନ୍ଦିରରେମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିବେ । ସକାଳୁ ସକାଳୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତସଂକଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର ପୂଜା କରିବେ। ପଞ୍ଚବର୍ଣ୍ଣ ମୁରୁଜ ପକାଇ ତୁଳସୀ ଚଉରାରେ ଜଗନ୍ନାଥଙ୍କ ଫଟୋଚିତ୍ର ରଖି ହବିଷ୍ୟାଳୀମାନେ ପୂଜା କରିବେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button