ଦେଶ- ବିଦେଶ

ବୃଦ୍ଧଙ୍କୁ ଯୁବକ କରିଦେବେ କହି ୩୫ କୋଟି ଟଙ୍କା ଲୁଟ୍

ୟସ ଫେରାଇ ଆଣିବୁ, ଅଳ୍ପ କିଛି ମାସ ମଧ୍ୟରେ ବୁଢା ଲୋକଙ୍କୁ ଟୋକା କରିଦେବୁ କହି ୩୫ କୋଟି ଟଙ୍କା ଠକି ନେଇଛନ୍ତି ଏକ ଦମ୍ପତି। ଉତ୍ତର ପ୍ରଦେଶର ଏକ ଦମ୍ପତି ଇସ୍ରାଏଲ୍ ନିର୍ମିତ ଟାଇମ୍ ମେସିନ୍ ସହାୟତାରେ ବୟସ୍କ ଲୋକଙ୍କୁ ଯୁବକ କରିଦେବେ କହି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଏହି ଦମ୍ପତି ହେଉଛନ୍ତି ରାଜୀବ କୁମାର ଦୁବେ ଏବଂ ତାଙ୍କ ପତ୍ନୀ ରଶ୍ମୀ ଦୁବେ।

ଏମାନେ କାନପୁରରେ ରିଭାଇଭାଲ ୱାର୍ଲ୍ଡ ନାମକ ଏକ ଥେରାପି ସେଣ୍ଟର ଖୋଲିଥିଲେ। ଏହି ଥେରାପି ସେଣ୍ଟରରେ ସେମାନେ ଇସ୍ରାଏଲରୁ ଅଣାଯାଇଥିବା ଏକ ମେସିନ ସହାୟତାରେ ୬୦ ବର୍ଷର ଲୋକଙ୍କୁ ୨୫ ବର୍ଷ ବୟସରେ ପରିଣତ କରିଦେବେ ବୋଲି କହିଥିଲେ।

ସେମାନେ ଆହୁରି କହିଥିଲେ, “ବର୍ତ୍ତମାନ ବାୟୁ ପ୍ରଦୂଷଣ କାରଣରୁ ଲୋକମାନେ ଶୀଘ୍ର ବୃଦ୍ଧ ହୋଇ ଯାଉଛନ୍ତି। ତେଣୁ ଏଥିପାଇଁ ‘ଅକ୍ସିଜେନ ଥେରାପି’ ବିକଶିତ କରାଯାଇଛି। ଏହି ଥେରାପି ମାଧ୍ୟମରେ ଅଳ୍ପ କିଛି ମାସ ମଧ୍ୟରେ ଜଣେ ବ୍ୟକ୍ତି ବୁଢାରୁ ଟୋକା ହୋଇଯିବେ।”

ବରିଷ୍ଠ ପୁଲିସ ଅଧିକାରୀ ଅଞ୍ଜଳି ବିଶ୍ୱକର୍ମା କହିଛନ୍ତି, ଏହି ଦମ୍ପତି ଲୋକଙ୍କୁ ୧୦ଟି ସେସନରେ ଯୋଗଦେବାକୁ କହିଥିଲେ। ୧୦ଟି ସେସନରେ ଥେରାପି ସରିବା ପରେ ସେମାନେ ଯୁବକ ହୋଇଯିବେ ବୋଲି କହିଥିଲେ। ଏଥିପାଇଁ ୬ ହାଜର ଲେଖାଏଁ ତିନି ବର୍ଷ ପାଇଁ ୯୦ ହଜାର ଟଙ୍କା (ଅଫର୍ ସହ) ପଇଠ କରିବାକୁ କହିଥିଲେ।

କିଛି ଲୋକ ମଧ୍ୟ ଏହି ସେସନରେ ସାମିଲ ହୋଇଥିଲେ। ଠକାମିର ଶିକାର ହେବା ପରେ ଅଭିଯୋଗ ଆଣିଥିବା ଜଣେ ମହିଳା କହିଛନ୍ତି, ସେ ଏହି ଦମ୍ପତିଙ୍କୁ ୧୦ ଲକ୍ଷ ୭୫ ହଜାର ଟଙ୍କା ଦେଇଛନ୍ତି। କେବଳ ସେ ନୁହଁନ୍ତି, ତାଙ୍କ ପରି ଅନେକ ଲୋକ ଏହି ଥେରାପିରେ ଭ୍ରମିତ ହୋଇ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଦୁବେ ଦମ୍ପତି ପ୍ରାୟ ୩୫ କୋଟି ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି।

ସେ ଏନେଇ ପୁଲିସରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି। ପୁଲିସ ଅଭିଯୋଗ କ୍ରମେ ଦମ୍ପତିଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୧୮ (୪) (ଠକେଇ) ଆଧାରରେ ମାମଲା ରୁଜୁ କରି ଖୋଜାଖୋଜି କରୁଛି। ସେମାନେ ବିଦେଶ ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button