ଦେଶ- ବିଦେଶ

ସାମନ୍ଥା ଓ ନାଗାଙ୍କ ଛାଡ଼ପତ୍ର ମାମଲାରେ ଦେଇଥିବା ମନ୍ତବ୍ୟ ପାଇଁ ମାଗିଲେ କ୍ଷମା

ନୂଆଦିଲ୍ଳୀ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ମାମଲାରେ ଭାରତ ରକ୍ଷା ସମିତି( ବିଆର୍ଏସ୍) ନେତା କେଟି ରମା ରାଓଙ୍କ ସଂପୃକ୍ତି ଥିବା ବୟାନ ଦେଇ ଏବେ କ୍ଷମା ମାଗିଛନ୍ତି ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା। ମନ୍ତ୍ରୀଙ୍କ ବିରୋଧରେ କେଟିଆର୍ ଏକ ଆଇନଗତ ନୋଟିସ ପଠାଇବା ପରେ ମନ୍ତ୍ରୀ କ୍ଷମା ମାଗିଥିବା ଜଣାପଡ଼ିଛି।

କେଟିଆର୍ ତାଙ୍କ ନୋଟିସ୍ରେ ମନ୍ତ୍ରୀଙ୍କୁ ବିବୃତିକୁ ପ୍ରତ୍ୟାହାର କରିବାକୁ କହିବା ସହ କ୍ଷମା ନମାଗିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ।

ଏକ ସିରିଜ ଟୁଇଟ୍ରରେ କୋଣ୍ଡା ସୁରେଖା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମନ୍ତବ୍ୟ କାହାର ଭାବନାକୁ ଆଘାତ ନକରିବା ପାଇଁ ଉଦ୍ଦିଷ୍ଟ ନଥିଲା। ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ସାମନ୍ଥା ରୁଥ୍ ପ୍ରଭୁଙ୍କ ପରିବାରକୁ ଅପମାନିତ କରିବା ଉଦ୍ଦେଶ୍ୟରେ ନଥିଲା। ତା’ସତ୍ତ୍ବେ ବି ଯଦି ତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ ଦେଇଛି ତେବେ ସେ ଦୁଃଖିତ।

“ମୋର ରାଜନୈତିକ କ୍ୟାରିଅରରେ, ରାଜନୈତିକ ଲାଭ ପାଇଁ କାହା ପରିବାରର କୌଣସି ବିଷୟ ଉଲ୍ଲେଖ କରିନାହିଁ। ମୁଁ ଆପଣଙ୍କ ପରିବାର କିମ୍ବା ସାମନ୍ଥାଙ୍କୁ ଅପମାନିତ କରି ନାହିଁ। ମୁଁ ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ମୁଁ ଅନ୍ୟ କେଉଁ ବି ପରିବାରର ପ୍ରସଂଗ କେବେ ଉଠାଇ ନାହିଁ କି ଆପଣଙ୍କ କ୍ଷେତ୍ରରେ ବି ଏହା କରିନାହିଁ ବୋଲି’’ ସେ କହିଛନ୍ତି।

ଯଦି ମୋର ଶବ୍ଦ ଆପଣଙ୍କୁ ଆଘାତ ଦେଇଛି କିମ୍ବା ଅପମାନିତ କରିଛି ତେବେ ମୁଁ ମୋର ଦୁଃଖ ପ୍ରକାଶ କରୁଛି। ମୁଁ ସର୍ବଦା ମୋ ବୃତ୍ତିର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button