ରାଜ୍ୟ

ପାରାଦୀପ ବିଜେଡିର ଦୁଇ ଗୋଷ୍ଠୀଙ୍କ ଭିନ୍ନ ଭିନ୍ନ ପଦଯାତ୍ରା

ପାରାଦୀପ: ପାରାଦୀପରେ ବିଜେଡି ଦଳ ଭିତରେ କିଛି ଠିକ୍ ନାହିଁ। ଏକଥା ଗତକାଲିର ପଦଯାତ୍ରା ସମୟରେ ଜଳଜଳ ଦିଶିଛି। ଦଳର ମୁଖିଆ ଯେତେ ତାଳି ପକାଇଲେ ବି ତାଳି ପଡୁନି। ଫାଟ ଜଳ ଜଳ ଦେଖାଯାଉଛି। ପୌରାଧ୍ୟକ୍ଷ ତଥା ପାରାଦୀପ ନଗର ସଭାପତି ବସନ୍ତ ବିଶ୍ଵାଳ ଏବଂ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଅଲଗା ଭାବେ ଆୟୋଜନ କରିଥିଲେ ଜନ ସମ୍ପର୍କ ପଦଯାତ୍ରା ।

ଯାହାକୁ ନେଇ ପାରାଦୀପ ବିଜେଡ଼ି ରାଜନୀତି ସରଗରମ ହୋଇଛି।

ବୁଧବାର ସକାଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳ ଏଡିଏମ ଅଫିସ ନିକଟରୁ ଶିବମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏଥିରେ କାଉନସିଲର ଓ କର୍ମୀମାନେ ସାମିଲ ହୋଇଥିଲେ। ସମ୍ବିତଙ୍କ ବାପା ସ୍ବର୍ଗତ ଦାମୋଦର ରାଉତଙ୍କ ଫଟୋ ବି ବ୍ୟାନରରେ ଲଗାଇଥିଲେ ବସନ୍ତ। ହେଲେ କାର୍ଯ୍ୟକ୍ରମରେ ସମ୍ବିତ କିମ୍ବା ତାଙ୍କ ଗୋଷ୍ଠୀର କୌଣସି କର୍ମୀଙ୍କୁ ଦେଖିବାକୁ ମିଳିନଥିଲା।

ସେପଟେ ବସନ୍ତଙ୍କୁ କାଉଣ୍ଟର କରିବାକୁ ଯାଇ ସମ୍ବିତ ଅପରାହ୍ଣରେ ପଦଯାତ୍ରା କରିଥିଲେ। ଶିବମନ୍ଦିର ପାଖରୁ ଆରମ୍ଭ କରି ଏଡିଏମ ଅଫିସ ଯାଏ ପଦଯାତ୍ରା କରିଥିଲେ। ତାଙ୍କ ସହ ବାପି ସର୍ଖେଲ, ଗୀତାଞ୍ଜଳି ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲିକ ପ୍ରମୁଖ ସାମିଲ ହୋଇଥିଲେ। ହେଲେ ତାଙ୍କ ପଦଯାତ୍ରାରେ ବସନ୍ତ ବିଶ୍ବାଳଙ୍କ ସମର୍ଥକ ଯୋଗ ଦେଇନଥିଲେ। ଉଭୟ ନେତା ଅଲଗା ଅଲଗା ପଦଯାତ୍ରା କରିବା ସତ୍ତ୍ବେ ଗୋଷ୍ଠୀ କନ୍ଦଳ କଥାକୁ ଅସ୍ବୀକାର କରିଥିଲେ ସମ୍ବିତ ରାଉତରାୟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button