ରାଜ୍ୟ

ବନ୍ଧୁକମୁନରେ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧିବା ସହ ଭଲ ପତ୍ର ଗୁଡିକୁ ବାଛି ରଖା ଯାଉଥିଲା ଏହି କାମରେ ୮ଜଣ ସଦସ୍ୟ ନିୟୋଜିତ ଥିବା ବେଳେ ହେଲେ ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନରେ ମୁଖା ପିନ୍ଧା ୧୦ଜଣ ଯୁବକ ଆସି ଫଡି ଭିତରେ ପଶି ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ଏକ ଘରେ ବନ୍ଦ କରି ପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, ୨ଟି ମୋବାଇଲ ଫୋନ, କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button