ଦେଶ- ବିଦେଶ

ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌; କହିଲେ ଭଲ ଅଛି

ମୁମ୍ବାଇ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ଗୋବିନ୍ଦାଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନିଜେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

୯୦ ଦଶକର ବଲିଉଡ ତାରକା ନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିଛନ୍ତି ଏବଂ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି।

ଗୋବିନ୍ଦାଙ୍କ ବିବୃତିର ଓଡ଼ିଆ ଅନୁବାଦ ହେଉଛି, ‘‘ମୁଁ ଗୋବିନ୍ଦା। ମୋର ପ୍ରଶଂସକ, ବାପାମଆ ଓ ଈଶ୍ବର କୃପାରୁ ମୁଁ ଭଲ ଅଛି। ମୁଁ ଗୁଳି ଆଘାତ ପାଇଥିଲି। ମାତ୍ର ବର୍ତ୍ତମାନ ମୁଁ ଙଲ ଅନୁଭବ କରୁଛି। ସେମାନେ ଗୁଳି କାଢ଼ି ଦେଇଛନ୍ତି। ମୋ ଡାକ୍ତର ଅଗ୍ରୱାଲ୍ଙ୍କୁ ଧନ୍ୟବାଦ୍। ମୋ ପାଇଁ ପ୍ରାର୍ଥନା କରିଥିବା ମୋର ସମସ୍ତ ପ୍ରଶଂସକଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’’

ବଲିଉଡ୍ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳି ମାଡ଼ ଖାଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ହିଁ ଗୁଳି ବାଜି ଗୋବିନ୍ଦା ଆହତ ହୋଇ ଚିକିତ୍ସିତ ହେବାକୁ ହସ୍ପିଟାଲ୍ ଯାଇଥିଲେ। ତାଙ୍କ ନିଜ ବନ୍ଧୁକରୁ ଭୁଲ୍ ବଶତଃ ଗୁଳି ଗୋବିନ୍ଦାଙ୍କ ଆଣ୍ଠୁରେ ବାଜି ଯାଇଥିବା ସୂଚନା ରହିଛି। ଗୋବିନ୍ଦା ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଦେଖୁଥିବା ବେଳେ ଭୋର୍ ୪.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିଟି ଗୋବିନ୍ଦାଙ୍କୁ ତାଙ୍କ ଆଣ୍ଠୁରେ ଆଘାତ କରିଥିଲା ​​ଏବଂ ସେ ବର୍ତ୍ତମାନ ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ (ଆଇସିୟୁ)ରେ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button