ଦେଶ- ବିଦେଶ

ଗୋବିନ୍ଦାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି; ସୂଚନା ଦେଲେ ଝିଅ ଟିନା

ମୁମ୍ବାଇ: ବଲିଉଡ୍ର କମେଡି କିଙ୍ଗ୍ ଗୋବିନ୍ଦା ଏକ ଦୁର୍ଘଟଣାର ଶିକାର ହୋଇ ଏବେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ବାପାଙ୍କ ସଂପର୍କରେ ସୂଚନା ଦେଇଛନ୍ତି ତାଙ୍କ ଝିଅ। ସେ ସକାଳ ୪.୪୫ ସମୟରେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିବା ବେଳେ ଆଣ୍ଠୁରେ ଗୁଳି ବାଜି ଆହତ ହୋଇଥିଲେ। ଏବେ ସେ ହସ୍ପିଟାଲ୍ରେ ଚିକିତ୍ସିତ ଅଛନ୍ତି।

 

ଗୋବିନ୍ଦାଙ୍କୁ ଯେତେବେଳେ ଗୁଳି ବାଜିଥିବା ତାଙ୍କ ପତ୍ନୀ ସେତେବେଳେ ଘରେ ନଥିଲେ। ତାଙ୍କ ଝିଅ ଟିନା ଏବେ ଅଭିନେତାଙ୍କ ସହ ହସ୍ପିଟାଲ୍ରେ ଉପସ୍ଥିତ ରହି ବାପାଙ୍କ ଦେଖାଶୁଣା କରୁଛନ୍ତି।

ଟିନା ଏବେ ପ୍ରଶଂସକଙ୍କୁ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ସେ ଏବେ ପୂର୍ବାପେକ୍ଷା ଭଲ ଅଛନ୍ତି। ଟିନା କହିଛନ୍ତି କି ‘‘ମୁଁ ପାପାଙ୍କ ସହ ହସ୍ପିଟାଲରେ ଅଛି। ମୁଁ ଏବେ ବେଶି କଥା ହୋଇ ପରୁନାହିଁ। ମାତ୍ର ଏତିକି କହିବାକୁ ଚାହୁଁଛି ଯେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି। ଗୁଳି ବାଜିବା ପରେ ପାପାଙ୍କର ଏକ ଅସ୍ତ୍ରୋପଚାର ହୋଇଛି। ଯାହାକି ସଫଳ ହୋଇଛି। ସବୁ ଟେଷ୍ଟ୍ର ରିପୋର୍ଟ ବି ଭଲ ଆସିଛି।’’

ସେହିପରି ଗୋବିନ୍ଦାଙ୍କ ଡିସ୍ଚାର୍ଜ ହେବା ସଂପର୍କରେ ଖବର ଦେଇ ଟିନା କହିଛନ୍ତି ଯେ ସେ ଏବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ରହିବେ। ୨୪ ଘଣ୍ଟା ପରେ ଯାଇ ଜଣାପଡ଼ିବ ଯେ ତାଙ୍କୁ ଡିସ୍ଚାର୍ଜ କରାଯିବ କି ଅନ୍ୟ କେଉଁ ବିଭାଗକୁ ସ୍ଥାନାନ୍ତର କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button