ଦେଶ- ବିଦେଶ

ନେପାଳରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି, ୪୨ ନିଖୋଜ

ନୂଆଦିଲ୍ଲୀ ୩୦।୦୯: ନେପାଳରେ ପ୍ରକୃତିର ତାଣ୍ଡବ ଜାରି । ଲଗାଣ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି। ବ୍ୟାପକ ବିପର୍ଯ୍ୟୟ ହେତୁ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ୪୨ ଜଣ ନିଖୋଜ ଅଛନ୍ତି। ଏନେ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ନେପାଳ ପୋଲିସ ସାରା ଦେଶରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ କରୁଛି।

ପ୍ରବଳ ବର୍ଷା ନେପାଳରେ ବହୁ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ଠାରୁ, ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ବଡ଼ ଅଂଶ ଜଳମଗ୍ନ ହୋଇ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ପୋଲିସ ସୂଚନା ଅନୁସାରେ ନେପାଳରେ ବନ୍ୟା ଓ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି। ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ ୪୨ ଜଣ ନିଖୋଜ ଅଛନ୍ତି। ଏନେଇ ସେ ଆହୁରି କହିଛନ୍ତି ଯେ ବନ୍ୟା ଜନିତ ଘଟଣାରେ ୧୧୧ ଜଣ ଆହତ ହୋଇଛନ୍ତି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ ନେପାଳ ସେନା ସମଗ୍ର ଦେଶରେ ୧୬୨ ଜଣଙ୍କୁ ବିମାନ ଦ୍ଵାର ଉଦ୍ଧାର କରାଯାଇଛି।

ଜାତୀୟ ରାଜପଥ ବ୍ୟାହତ ହେଲା, ଲୋକମାନେ ବିଭିନ୍ନ ସ୍ଥାନରେ ଫସିଲେ

ପୋଖରେଲ କହିଛନ୍ତି ଯେ ବନ୍ୟା ଓ ଜଳସ୍ତର ପ୍ରଭାବିତ ପ୍ରାୟ ୪୦୦୦ ଲୋକଙ୍କୁ ନେପାଳୀ ସେନା, ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ବାହିନୀର ସୈନିକମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କୁ ଖାଦ୍ୟ ସମେତ ସମସ୍ତ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button