ଦେଶ- ବିଦେଶ
ଶାହାରୁଖ୍-ବବିଙ୍କୁ IIFA ଆଓ୍ୱାର୍ଡ ମିଳିବା ପରେ ଭଡକିଲେ ଫ୍ୟାନ୍ସ, ସୋସିଆଲ୍ ମିଡିଆରେ ଲେଖିଲେ-ରଣବୀରଙ୍କୁ କାହିଁକି ମିଳିଲା ନାହିଁ..

ମୁମ୍ଵାଇ ୩୦।୦୯: ଆବୁଧାବିରେ ଆୟୋଜିତ ହୋଇଥିଲା IIFA ଆୱାର୍ଡ । ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ ଶାହରୁଖ ଓ ଭିକି । ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଶାହାରୁଖ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆନିମଲକୁ ମଧ୍ୟ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଥିଲା।ଆୱାର୍ଡ ପାଇବା ପରେ ସେ ଅତ୍ୟନ୍ତ କୃତଜ୍ଞ ବୋଲି କହିଥିଲେ ।ଗତ ବର୍ଷର ଶାହରୁଖଙ୍କ ଜୱାନ ସବୁଠାରୁ ବଡ ହିଟ୍ ଫିଲ୍ମ ହୋଇଥିବାବେଳେ ରଣବୀର କପୁରଙ୍କ ଅଭିନୀତ ଆନିମଲ ଏହି ଇଭେଣ୍ଟରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତି ଲାଇମ୍ ଲାଇଟ ହାସଲ କରିଥିଲା । ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ଆନିମଲ ଚଳଚ୍ଚିତ୍ର ପାଇଁ ଆୱାର୍ଡ ପୁରସ୍କାର ପାଇଥିଲେ ।