ଟିରା ପକ୍ଷରୁ ଜିଓ ୱାର୍ଲ୍ଡ ପ୍ଲାଜାରେ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ଷ୍ଟୋର୍ ଶୁଭାରମ୍ଭ
ମୁମ୍ବାଇ,୧୪/୧୧ : ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି । ୬୨୦୦ ବର୍ଗଫୁଟ ପରିମିତ ଏହି ଫ୍ଲାଗସିପ୍ ର୍ଷ୍ଟୋରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡ ଗୁଡିକର ୧୫ ଟି ସପ-ଇନ-ସପ ବୁଟିକ୍ ରହିଛି ।
ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ରହିଛି, ଯାହା କେବଳ ଟିରା ର୍ଷ୍ଟୋରେ ଉପଲବ୍ଧ ।
ଏହି ଫ୍ଲାଗସିପ୍ ର୍ଷ୍ଟୋର ଶୁଭାରମ୍ଭ ଅବସରରରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ଟିରା” ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ପୁନଃ ପରିଭାଷିତ କରୁଛି । ବିଶ୍ୱ ସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ । ଜିଓ ୱାର୍ଲ୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗସିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା ପାଇଁ ବେଶ ଯତ୍ନର ସହିତ ଏବଂ ସୁନ୍ଦର ଭାବରେ ପରିକଳ୍ପିତ ହୋଇଛି । ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟର ଏହି ଅସାଧାରଣ ଯାତ୍ରାରେ ଗ୍ରାହକମାନଙ୍କୁ ସାମିଲ କରିବାକୁ ଆମେ ପ୍ରସ୍ତୁତ ରହିଛୁ ।”
ସୁଗନ୍ଧପ୍ରେମୀମାନଙ୍କ ପାଇଁ ଏହି ଷ୍ଟୋରରେ ଏକ ସ୍ୱତନ୍ତ୍ର ସେଣ୍ଟ ରୁମ ପ୍ରସ୍ତୁତ କରାଯାଇଛି । ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସୁଗନ୍ଧଗୁଡ଼ିକ ବାୟୁରେ ଭାସମାନ ରହିଥାଏ । ସେଣ୍ଟ ବା ସୁଗନ୍ଧର ଆନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ସୀମିତ-ସଂସ୍କରଣ ସଂଗ୍ରହ ମଧ୍ୟ ଏଠାରେ ଉପଲବ୍ଧ ହେବ । ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ରିଟେଲ ବ୍ୟବସାୟରେ ପ୍ରଥମ ଥର ପାଇଁ ଟିରା ପକ୍ଷରୁ ଟିରା ବିୟୁଟି ସୁଟରେ ସ୍ୱତନ୍ତ୍ର ଇନ-ଷ୍ଟୋର ସ୍କିନ୍ କେୟାର ସେବା ଆରମ୍ଭ କରିଛି । ଟିରାର ସିଗନେଚର ଟ୍ରିଟମେଣ୍ଟରେ ସିଗନେଚର-ଗ୍ଲୋ, ୟୁଥ୍ ଏଲିକ୍ସିର୍ ଏବଂ ଆକ୍ୱା ଇନଫ୍ୟୁଜନ୍ ଫେସିଆଲ ବ୍ୟତୀତ ଅଗଷ୍ଟିନସ୍-ବେଡ଼ର ସିଗନେଚର ଫେସିଆଲ ବିଶେଷ ଭାବରେ ସାମିଲ କରାଯାଇଛି ।
ଏହି ଫ୍ଲାଗସିପ୍ ର୍ଷ୍ଟୋରେ ଟେକ୍ନୋଲୋଜି ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଛି । ଭର୍ଚୁଆଲ୍ ଟ୍ରାଏ-ଅନ୍ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ସ୍ଥଳ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଉପକରଣ ଏଠାରେ ସ୍ଥାପନ କରାଯାଇଛି । କମ୍ପାନୀ ଅନୁଯାୟୀ, ଭାରତର ସୌନ୍ଦର୍ଯ୍ୟ ରିଟେଲ ଦୃଶ୍ୟପଟ୍ଟରେ ଟିରା ଏକ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି, ଯାହା ଏଭଳି ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଯାହା ପ୍ରକୃତରେ ଅନନ୍ୟ ହେବ ।