ଚିକେନ ଲେଗ୍ ପିସ ପାଇଁ ବିବାହ ଭୋଜିରେ ବିଧା, ଗୋଇଠା – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ଏକ ବିବାହ ଭୋଜିରେ ଚିକେନ୍ ଲେଗ୍ ପିସ୍ ପାଇଁ ତୁମୁଳକାଣ୍ଡ ହୋଇଛି। ସାମାନ୍ୟ ଲେଗ୍ପିସ୍ ପାଇଁ ବରଘର ଏବଂ କନ୍ୟାଘର ଲୋକଙ୍କ ମଧ୍ୟରେ ପ୍ରବଳ ମାଡ଼ପିଟ ହୋଇଛି। ମିଳିଥିବା ସୂଚନାନୁଯାୟୀ ବର ପକ୍ଷରୁ ବରଯାତ୍ରୀ ଆସିଥିବା କିଛି ଲୋକ ସେମାନଙ୍କୁ ଦିଆଯାଇଥିବା ଚିକେନ୍ ବିରିୟାନିରେ ଗୋଟିଏ ହେଲେ ଲେଗ୍ ପିସ୍ ନଥିବା କହି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଏହାପରେ କନ୍ୟା ଘର ପକ୍ଷରୁ ବି କିଛି ଲୋକ ସେମାନଙ୍କୁ ଗାଳି ଗୁଲଜ ଆରମ୍ଭ କରିଥିଲେ। ପରେ ଏହି ଝଗଡ଼ା ବଢ଼ିଥିଲା ଏବଂ ସେମାନେ ହାତାହାତି ହୋଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଅତିଥିମାନେ ପରସ୍ପରକୁ ଗୋଇଠା ଓ ବିଧା ମାରିଥିଲେ। ସେମାନେ ପରସ୍ପର ଉପରକୁ ପ୍ଲାଷ୍ଟିକ ଚେୟାର ମଧ୍ୟ ଫିଙ୍ଗିଥିଲେ। ପରେ କନ୍ୟା ଘର ଲୋକ ବର ଘର ଲୋକଙ୍କୁ ବୁଝାଇଥିଲେ ଏବଂ ପରିଶେଷରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ତରପ୍ରଦେଶର ନୱାବଗଞ୍ଜରେ ସରତାଜ ମ୍ୟାରେଜ ହଲ୍ରେ ଗତ ରବିବାର ଏହି ଘଯଣା ଘଟିଥିଲା।
[ad_2]




