ରାଜ୍ୟ

ଭରତପୁର ଥାନା ମାମଲା: ଆଜି ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଆଜି(ସୋମବାର) ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ। ସେମାନଙ୍କୁ ନେଇ କ୍ରାଇମବ୍ରାଞ୍ଚ ଦଳ ରବିବାର ଗୁଜରାଟ ଗସ୍ତ କରିଥିବା ସୂଚନା ମିଳିଛି। ସୋମବାର ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ।

ଅନ୍ୟ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କ ମଧ୍ୟ ଗୁଜରାଟରେ ପଲିଗ୍ରାଫ ପରୀକ୍ଷା ହେବ। ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣଙ୍କ ସହିତ ଗୁଜରାଟ ଯାଇଥିବା ଅନ୍ୟ ପୁଲିସ କର୍ମଚାରୀମାନେ ହେଲେ ଏସ୍‌ଆଇ ବୈଶାଳିନୀ ପଣ୍ଡା, ସାଗରିକା ରଥ, ସଲିଳାମୟୀ ସାହୁ ଏବଂ କନ‌େ‌ଷ୍ଟବଳ ବଳରାମ ହାଁସଦା। ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ତଦନ୍ତକାରୀ ଦଳ ଆଶା ବାନ୍ଧିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button