ରାଜ୍ୟ

ତେଜୁଛି ବିବାଦ: ଥାନାରେ ପହଞ୍ଚିଲା ବିଜେଡି କଳି

ଭୁବନେଶ୍ବର: ତେଜିବାରେ ଲାଗିଛି ଭୁବନେଶ୍ବର ବିଜେଡି ବିବାଦ । ଶଙ୍ଖଭବନରୁ ଏବେ ଥାନାରେ ପହଞ୍ଚିଲା ବିଜେଡି କଳି । ବିରଞ୍ଚି ମହାସୁପକାରଙ୍କ ସମର୍ଥକ ଅବିନାଶ ପାତ୍ର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ ହୋଇଛନ୍ତି । ଅଶୋକ ପଣ୍ଡା, ରାକେଶ ପାତ୍ର କାଳେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅବିନାଶ ।

ତେବେ ଏନେଇ ଅଶୋକ କିମ୍ବା ରାକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ କହିରଖୁଛୁ, ବିଜେଡିର ବନ୍ଦ ଡାକରାକୁ ନେଇ ଗତ ୨୨ ତାରିଖରେ ଶଙ୍ଖ ଭବନରେ ବୈଠକ ଆୟୋଜିତ କରାଯାଇଥିଲା । ହେଲେ ବୈଠକ ବେଳେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କର୍ପୋରେଟରମାନେ ତୀବ୍ର ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହଙ୍ଗାମା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁ ଘଟଣାରେ ହସ୍ତକ୍ଷେପ କରି କାଉନ୍‌ସିଲରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

କିନ୍ତୁ କଥା ଏତିକିରେ ସରିନଥିଲା ଦଳ ବିଦ୍ରୋହୀ କୁହାଯାଉଥିବା ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଗତକାଲି ପାଲଟା ଅଭିଯୋଗ ଆଣିଥିଲେ । ଅଶୋକ ପଣ୍ଡାଙ୍କ ଇଙ୍ଗିତରେ ହୋହଲ୍ଲା ହୋଇଥିଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଶଙ୍ଖ ଭବନରେ ହୋଇଥିବା ଘଟଣାରେ ଜଣେ ବିଜେପି ସଦସ୍ୟ ରାଜେଶ ପାତ୍ରଙ୍କୁ ଆଣି ଅଶୋକ ଗଣ୍ଡଗୋଳ କରାଇଛନ୍ତି ବୋଲି ଅଭିଯୋଗ ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା କରିଥିଲେ । ଏନେଇ ସେମାନେ ସୁପ୍ରିମୋଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button