ମନୋରଞ୍ଜନ

ଫିଲ୍ମ ‘ଏମରଜେନ୍ସି’ରେ ହେବ ପରିବର୍ତ୍ତନ; ରାଜି ହେଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ବିବାଦୀୟ ଫିଲ୍ମ ‘ଏମରଜେନ୍ସି’ ରିଲିଜ ଉପରେ ଆଜି ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସିବିଏଫସି କୋର୍ଟଙ୍କୁ କହିଛନ୍ତି ଫିଲ୍ମରେ ପରିବର୍ତ୍ତନ ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ ତଥା ମେନ୍‌ ରୋଲରେ ନଜର ଆସିଥିବା ଅଭିନେତ୍ରୀ କଙ୍ଗନା ରାଣାୱାତ କିଛି ଦୃଶ୍ୟ କାଟିବା ପାଇଁ ସହମତି ପ୍ରକାଶ କରିଛନ୍ତି।

ସେନ୍ସର ବୋର୍ଡର ସଂଶୋଧନ କମିଟି ଦ୍ୱାରା ଫିଲ୍ମର କିଛି ଦୃଶ୍ୟ କାଟିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଜଷ୍ଟିସ୍‌ ବର୍ଗିସ୍‌ କୋଲାବାୱାଲା ଏବଂ ଜଷ୍ଟିସ୍‌ ଫିରଦୋସ ପୁନିୱାଲା ଏହି ମାମଲାର ଶୁଣାଣି କରିଛନ୍ତି। ଓକିଲ ଶରଣ ଜଗତିୟାନୀ କହିଛନ୍ତି କହିଛନ୍ତି ଯେ ସିବିଏଫସି ଏବେ ସେନ୍ସର ବୋର୍ଡର ସଂଶୋଧନ କମିଟି ଦେଇଥିବା ପରାମର୍ଶ ଉପରେ ଜବାବ ଦେବ। ସେହି ଅନୁଯାୟୀ ଫିଲ୍ମର କିଛି ଦୃଶ୍ୟ କାଟି ଦିଆଯିବ। ଏମରଜେନ୍ସି ଫିଲ୍ମର କିଛି ଦୃଶ୍ୟ କାଟିବା ପରେ ଫିଲ୍ମ ରିଲିଜ ହେବ ବୋଲି ପୂର୍ବରୁ କୁହାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ରେ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button