ମନୋରଞ୍ଜନ

ଭୂତୁଣୀ ବନିବେ ମାଧୁରୀ! – Kalinga News

[ad_1]

ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ଭୁଲ୍‌ ଭୁଲେୟାଁ-୩’ରେ ଅଭିନେତ୍ରୀ ବିଦ୍ୟା ବଲାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ମିଳିସାରିଛି। ନିକଟରେ ହସ୍ତଗତ ହୋଇଥିବା ନୂତନ ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ଅଭିନୟ କରିପାରନ୍ତି। ତେବେ ମଜାଦାର କଥା ହେଉଛି, ସେ ଏଥିରେ ଏକ ଭୂତୁଣୀ ଚରିତ୍ର ନିଭାଇବେ ବୋଲି ଚର୍ଚ୍ଚା ଚାଲିଛି।

ଫିଲ୍ମର ନିର୍ମାତା ପ୍ରଥମ ଥର ପାଇଁ ମାଧୁରୀ ଓ ବିଦ୍ୟାଙ୍କୁ ପରଦାରେ ଏକାଠି କରିବାର ଉଦ୍ୟମ କରିଛନ୍ତି। ଏହି ପ୍ରଚେଷ୍ଟା ଦର୍ଶକଙ୍କ ଭିତରେ ଉତ୍ସୁକତା ବୃଦ୍ଧି କରିବ ବୋଲି ଆଶା କରୁଛି ପ୍ର‌ଯୋଜନା ସଂସ୍ଥା । ତେବେ ସିନେମାଟିରେ କାର୍ତ୍ତିକଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଦୁଃଖର କଥା ‘ଭୁଲ୍‌ ଭୁଲେୟାଁ-୩’ ରେ ଖିଲାଡ଼ୀ ବୟ ଅକ୍ଷୟ କୁମାରଙ୍କୁ ଦେଖିବାକୁ ପାଇବେନି ଦର୍ଶକ। ତେବେ ଚଳଚ୍ଚିତ୍ରରେ ମାଧୁରୀ, ବିଦ୍ୟାଙ୍କ ସ‌ହ ରାଜପାଲ୍‌ ଯାଦବ ଓ ସଞ୍ଜୟ ମିଶ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ଫିଲ୍ମଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button