ଦେଶ- ବିଦେଶ
ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍; ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ବିଏସଏନଏଲ ଏକ ଜବରଦସ୍ତ ନୂଆ ରିଚାର୍ଜ ପ୍ଲାନ୍ ଆଣିଛି । ଏହାକୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ବୋଲି କୁହାଯାଉଛି । ଏହି ପ୍ଲାନ୍ ଲଞ୍ଚ ହେବା ପରେ ଜିଓ ଓ ଏୟାରଟେଲ୍ର ଚିନ୍ତା ବଢି ଯାଇଥିବା ଆଲୋଚନା ହେଉଛି । ଜିଓ ଓ ଏୟାରଟେଲ୍ ପକ୍ଷରୁ ୩୪୫ ଟଙ୍କାରେ ୩୦ ଦିନ ପର୍ଯ୍ୟନ୍ତ ୧ ଜିବି ଡାଟା ସହ ଆସୁଛି । ମାତ୍ର ବିଏସଏନଏଲ ପକ୍ଷରୁ ୩୪୫ ଟଙ୍କାରେ ୬୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ଡାଟା ଅଫର୍ ଦିଆଯାଉଛି।
ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ନିକଟରେ ରିଚାର୍ଜ ପ୍ଲାନ୍ ବୃଦ୍ଧି କରିଥିବା ବେଳେ ବିଏସଏନଏଲ ଏହି ନୂଆ ରିଚାର୍ଜ ପ୍ଲାନ୍ ଆଣିଛି । ବିଏସଏନଏଲ ନୂଆ ରିଚାର୍ଜ ପ୍ଲାନ ୪୦୦ ଟଙ୍କାରୁ କମ୍ ଦାମ୍ରେ ଆସୁଛି । ମାଗଣା କଲିଙ୍ଗ୍, ଡାଟା ଓ ମେସେଜ୍ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି।