ଶବ୍ଦଠୁ ଅଧିକ କୁହେ ‘ନିରବ ଚଳଚ୍ଚିତ୍ର’: ଭରପୂର ମନୋରଞ୍ଜନ ସହ ଦିଏ ପ୍ରେରଣାଦାୟକ ଶିକ୍ଷା
ମୁମ୍ବାଇ 29/09 : ଫିଲ୍ମ ଦେଖିବା ପୂର୍ବରୁ ଦର୍ଶକଙ୍କ ମନରେ ଆସେ ଅନେକ କଥା। ଫିଲ୍ମର କ୍ଲାଇମାକ୍ସ, ଥ୍ରୀଲର, ଏଣ୍ଟରଟେନମେଣ୍ଟ, ମ୍ୟୁଜିକ ଓ ଡାଏଲଗ୍ ଏମିତି ଅନେକ। ଟିକିଏ ଉଣା ହେଲେ ମୁହଁ ଫେରାଇ ନିଅନ୍ତି ଦର୍ଶକ। ହେଲେ ଭାବନ୍ତୁ ତ… ବିନା ଶବ୍ଦରେ ଫିଲ୍ମ କିପରି ଲାଗୁଥିବ.. ସେଥିରେ ଥିବ କେବଳ ଅଭିନୟ ତାହାବି ପୁଣି ସମ୍ପୂର୍ଣ୍ଣ ନିରବ।
ଅର୍ଥାତ ବିନା ସାଉଣ୍ଡ୍ ଟ୍ରାକ୍ କିମ୍ବା ଆଡଭାନ୍ସ ମ୍ୟୁଜିକରେ ଚାଲିବ ଫିଲ୍ମ। କେବଳ ପ୍ରତିଛବି, ଚିତ୍ର ଓ ଚରିତ୍ରକୁ ନେଇ ଫିଲ୍ମ ନିର୍ମାଣ। ଯଦି ଆପଣ ଭାବୁଥିଲେ, ଏପରି ଚଳଚ୍ଚିତ୍ରରେ ମଜା ଆସିବନି… ତାହା ଆପଣଙ୍କ ଭୁଲ ଧାରଣା। ୪ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲା ‘ସାଇଲେଣ୍ଟ ମୁଭି’ ବା ନିରବ ଚଳଚ୍ଚିତ୍ର। ସେଥିପାଇଁ ପ୍ରତି ସେପ୍ଟେମ୍ବର ୨୯ରେ ପାଳନ ହୋଇଆସୁଛି Silent Movie Day।
୧୮୮୯ରୁ ୧୯୩୦। ପ୍ରାୟ ୪୦ ବର୍ଷର ସମୟ ନୀରବ ଚଳଚ୍ଚିତ୍ର ଯୁଗକୁ ଚିହ୍ନିତ କରେ। ୧୮୮୯ ମସିହାରେ ବ୍ୟବସାୟିକ ଭାବରେ ନିରବ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ଏଥିରେ ସିଧାସଳଖ ଭାବେ ସାଉଣ୍ଡଟ୍ରାକ୍ ଯୋଡିବାର ପ୍ରକ୍ରିୟା ପ୍ରାୟ ୧୯୩୦ ପର୍ଯ୍ୟନ୍ତ ହୋଇପାରିନଥିଲା।
ସାଉଣ୍ଡଟ୍ରାକ୍ ବଦଳରେ ନୀରବ ଚଳଚ୍ଚିତ୍ରଗୁଡ଼ିକରେ ଚରିତ୍ର ସଂଳାପର ଗୁରୁତ୍ୱ ବହନ କରୁଥିଲା। ଯାହା ପରଦାରେ ଘଟୁଥିବା ଘଟଣାଗୁଡ଼ିକୁ ଦର୍ଶକମାନେ ସହଜରେ ବୁଝିନିଅନ୍ତି। ହେଲେ ଏପରି ନିର୍ମାଣ କୌଣସି ସରଳ କାମ ନୁହେଁ। ସଂଳାପ, ଚିତ୍ର, ଚରିତ୍ର ଓ ଅଭିନୟ ଏପରି କରିବାକୁ ପଡେ, ଯାହା ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସହଜରେ ବୁଝିପାରିବେ ଓ ଏହାର ମଜା ନେଇପାରିବେ।
ସେତେବେଳେ ସମୟର ନିର୍ଦ୍ଦେଶକମାନେ କାହାଣୀକୁ ପହଞ୍ଚାଇବା ପାଇଁ ପ୍ରତିଛବିର ଗୁରୁତ୍ୱ ବହନ କରେ। ଆବଶ୍ୟକ ସମୟରେ କେବଳ ଫଟୋଗ୍ରାପ ଚିତ୍ର ବ୍ୟବହାର କରିଥିଲେ। ଏହାର ପରବର୍ତ୍ତୀ ସମୟରେ ନୀରବ ଚିତ୍ର ଓ ଅଭିନୟଗୁଡ଼ିକ ପ୍ରକୃତରେ “ନୀରବ” ହୋଇନଥିଲା କାରଣ ସେମାନେ ନିୟମିତ ଭାବରେ ପିଆନୋ, ଥିଏଟର ସାଉଣ୍ଡ କିମ୍ବା ଏକ ଛୋଟ ଅର୍କେଷ୍ଟ୍ରା ଦ୍ୱାରା ଲାଇଭ୍ ମ୍ୟୁଜିକାଲ୍ ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିଥିଲେ।
ଏପରି ଚଳଚ୍ଚିତ୍ର ଅଧିକ ପରିଶ୍ରମ ସିନା ସେତେବେଳେ କରିବାକୁ ପଡେ କିନ୍ତୁ ଏହାର ସଂରକ୍ଷଣ ନେଇ ସେପରି କୌଣସି ବୈଷୟିକ ଜ୍ଞାନକୌଶଳ ନଥିଲା। ଅସ୍ଥିର ଜ୍ୱଳନ୍ତ ନାଇଟ୍ରୋକେଲୁଲୋଜ୍ ଫିଲ୍ମ ଷ୍ଟକ୍ ଉପରେ ଛପାଯାଉଥିଲା। ନାଟକ ସମାପ୍ତ ହେବା ପରେ ଷ୍ଟୁଡିଓରେ ପ୍ରିଣ୍ଟେଡ୍ ଛବିର ପୁନରୁଦ୍ଧାର ଷ୍ଟୁଡିଓ ରେ କରାଯାଉଥିଲା।
ଯେତେବେଳେ ଅନେକ ଷ୍ଟୁଡିଓରେ କ୍ଷତିଗ୍ରସ୍ତ ହୋବାକୁ ଲାଗିଲା ଓ ପ୍ରିଣ୍ଟ୍ ନଷ୍ଟ ହେବାକୁ ଲାଗିଲା, ସେତେବେଳେ ଏହାକୁ ସଂରକ୍ଷଣ କରିବା ଅତ୍ୟଧିକ ମହଙ୍ଗା ହୋଇଗଲା। ଏହି ସମୟ ମଧ୍ୟରେ ନିର୍ମିତ ସମସ୍ତ ନୀରବ ଚଳଚ୍ଚିତ୍ର ଚିତ୍ରଗୁଡ଼ିକର ଆନୁମାନିକ 80% ବର୍ତ୍ତମାନ ସବୁଦିନ ପାଇଁ ହଜିଯାଇଛି।
ତଥାପି, ହଜାର ହଜାର ନୀରବ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ବଞ୍ଚିରହିଛି। ଏହି ଅବଶିଷ୍ଟ ସଂରକ୍ଷଣକୁ ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବ, ସ୍ଥାନୀୟ ଆର୍ଟହାଉସ୍ ଏବଂ ଚଳଚ୍ଚିତ୍ର ସୋସାଇଟି ସହିତ ଅଂଶୀଦାର ହେବା ପାଇଁ ସମଗ୍ର ବିଶ୍ୱରେ ଅଭିଲେଖାଗାର ପରିଶ୍ରମ କରିଥାଏ। ବିଶେଷ କରି ବିତରକମାନେ ତାପରେ ଡିସ୍କ, ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ କେବୁଲ ନେଟୱର୍କରେ ରିଲିଜ୍ ମାଧ୍ୟମରେ ନିରବ ଚଳଚ୍ଚିତ୍ର ଲୋକପ୍ରିୟ ହୋଇପାରିଛି।
ହିନ୍ଦୁ ଓ ଧାର୍ମିକ ଭାବନାକୁ ନେଇ ଭାରତର ପ୍ରଥମ ନିରବ ଚଳଚ୍ଚିତ୍ର ଥିଲା ରାଜା ହରିଶ୍ଚନ୍ଦ୍ର। ଏହି ଫିଲ୍ମ ୧୯୧୩ ମସିହାରେ ରିଲିଜ ହୋଇଥିଲା। କିନ୍ତୁ ଏହା ପ୍ରଥମ ପୂର୍ଣ୍ଣ ନିରବ ଚଳଚ୍ଚିତ୍ର ଭାବେ ଦର୍ଶକ ଆଦୃତ ଲାଭ କରିଥିଲା। ସେହିପରି ୧୯୧୭ ରେ ରିଲିଜ ହୋଇଥିଲା ଲଙ୍କା ଦହନ। ଯେଉଁଥିରେ ହନୁମାନଙ୍କ ଲଙ୍କା ଦହନ ସବୁଠୁ ଲୋକପ୍ରିୟ ହୋଇପାରିଥିଲା। ଅନ୍ୟ ନିରବ ଚଳଚ୍ଚିତ୍ର ମଧ୍ୟରେ ରହିଛି ଭକ୍ତ ବିଦୂର, କିଚକା ଭାଦମ, ପୁଷ୍ପକ।
ସାରା ବିଶ୍ୱରେ ଏଭରଗ୍ରୀନ ସାଇଲେଣ୍ଟ ମୁଭି ଭାବେ ଏବେ ଲୋକଙ୍କୁ ଭରପୂର ମନୋରଂଜନ ଦେଉଛି ଚାପଲିନ କମେଡି ଚଳଚ୍ଚିତ୍ର। ୧୯୨୮ ମସିହାରେ ଦି ସର୍କସ ଏହାର ଅନ୍ୟ ଏକ ଉଦାହରଣ। ହୁଏତ ଆଜିକାଲି ଯୁବପିଢ଼ି ଆଡଭାନ୍ସଡ୍ ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି ସତ କିନ୍ତୁ ନୀରବ ଚଳଚ୍ଚିତ୍ର ସମାଜକୁ ଶିକ୍ଷା, ମନୋରଞ୍ଜନର ଖୋରାକ ଦେଇଛି ଓ ପ୍ରେରଣାଦାୟକ ହୋଇପାରିଛି।