ପୈତୃକ ସମ୍ପତ୍ତି ଏବଂ ଛାଡପତ୍ର ନେଲା ପରେ ମଧ୍ୟ ସ୍ୱାମୀଙ୍କ ସମ୍ପତ୍ତି ଉପରେ ଏବେ ଝିଅମାନଙ୍କର ରହିବ ଅଧିକାର, ଜାଣନ୍ତୁ ନୂଆ ନିୟମ

ମହିଳାମାନେ କାଳକାଳ ଧରି ଆର୍ଥିକ କ୍ଷେତ୍ରରେ ଅବହେଳାରେ ରହିଛନ୍ତି। ସାଧାରଣତଃ ଦେଖିବାକୁ ମିଳେ ପିତାଙ୍କ ସମ୍ପତ୍ତି ଏବଂ ଘର ପିତାଙ୍କ ପରେ ପୁଅର ହୋଇଥାଏ। କିନ୍ତୁ ଆଇନ ଅନୁଯାୟୀ ଯଦି ପିତାଙ୍କ ପରେ ଝିଅ ଘରର ଅଂଶ ମାଗେ ତେବେ ଏହା କୌଣସି ନିୟମ ବାହାରର କାର୍ଯ୍ୟ ହୁଏନାହିଁ।
ବରଂ ମା ଏବଂ ଭାଇଙ୍କ ପରି ତାଙ୍କର ବି ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିବ। ଏବେ ପୈତୃକ ସମ୍ପତ୍ତିରେ ପୁଅ ପରି ସମାନ ଭାବରେ ଝିଅର ମଧ୍ୟ ରହିବ ଅଧିକାର। ଛାଡପତ୍ର ପରେ ମଧ୍ୟ ସ୍ୱାମୀଙ୍କ ସମ୍ପତ୍ତି ଉପରେ ବି ରହିବ ଅଧିକାର। ସେ ଚାହିଁଲେ ତାଙ୍କ ଅଂଶର ଭାଗ ନେଇଯାଇପାରିବେ।
ସେହିପରି ଭାବରେ ବିବାହିତା ନାରୀମାନଙ୍କ ପାଇଁ ଅନେକ ଗୁଡିଏ ଆଇନ ରହିଛି। ବିବାହ ପରେ ସ୍ୱାମୀଙ୍କଠାରୁ ଅଲଗା ରହିଲେ କିମ୍ବା ଛାଡପତ୍ର ଦେଲେ ମହିଳାଙ୍କୁ ସ୍ୱାମୀଙ୍କ ସମ୍ପତ୍ତିର ଅଧିକାର ଛିନ୍ନ ହୁଏନାହିଁ। ନିଜର ଭରଣାପୋଷଣ ପାଇଁ ସେ ସ୍ୱାମୀଙ୍କଠାରୁ ଟଙ୍କା ଆଣିବାର ନିୟମ ରହିଛି ତା ସହ ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲେ ୧୨୫ ଧାରା ଅନୁସାରେ ତାଙ୍କର ସମସ୍ତ ଖର୍ଚ୍ଚ ସ୍ୱାମୀ ଉଠାଇବାକୁ ବାଧ୍ୟ ଅଟନ୍ତି।