ରାଜ୍ୟ

ହନୁମାନ ମନ୍ଦିରର ସିଢି ଚଢିବା ସମୟରେ ହିଁ ଜପ କରନ୍ତୁ ଏହି ମନ୍ତ୍ର, ସବୁ ସଙ୍କଟ ହୋଇଯିବ ଦୂର

ସଙ୍କଟ ଏକ ଏମିତି ଜିନିଷ ଅଟେ କି ଯାହା କେତେବେଳେ, କେଉଁଠି କାହା ଉପରେ ଆସିଯିବ ତାହା ବିଷୟରେ କିଛି ବି କୁହାଯାଇ ପାରିବ ନାହିଁ । ସମସ୍ତେ କିଛି ନା କିଛି କଥା ଦ୍ଵାରା ଚିନ୍ତିତ ରହିଥାନ୍ତି । ଏହି ସବୁ ସ୍ଥିତିରେ ସମସ୍ତେ ଚାହାନ୍ତି କି କୌଣସି ବି ପ୍ରକାରରେ ଏହି ସବୁ ସଙ୍କଟ ଦୂର ହୋଇଯାଉ । କିନ୍ତୁ ଏଥିରେ ଭଗବାନ ଆମକୁ ସାହାର୍ଯ୍ୟ କରିଥାନ୍ତି । କହିବାକୁ ଗଲେ ହନୁମାନଙ୍କୁ ସଙ୍କଟ ମୋଚନ ଦେବତା ବୋଲି ବି କୁହାଯାଏ ।

ଏମିତି କୁହାଯାଏ କି ଯେ କୌଣସି ବ୍ୟକ୍ତି ଯଦି ହନୁମାନଙ୍କୁ ହୃଦୟର ସହିତ ଭକ୍ତି କରିଥାଏ ତେବେ ତାହାର ଜୀବନରେ କୌଣସି ବି ଅସୁବିଧା ଆସି ନ ଥାଏ ।

ଏହା ମଧ୍ୟରେ ଆଜି ଆମେ ଆପଣଙ୍କୁ ଏକ ଏମିତି ସ୍ପେଶାଲ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କର ସମସ୍ତ ସଙ୍କଟ ଜଲ୍ଦି ହିଁ ଦୂର ହୋଇଯିବ । ଏହି ଖାସ ଉପାୟକୁ କରିବା ପାଇଁ ଆପଣଙ୍କୁ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଙ୍କ ମନ୍ଦିର ଯିବାକୁ ପଡିବ । ଏହି ଉପାୟ ଅନୁସାରେ ଆପଣଙ୍କୁ ମନ୍ଦିରର ସିଢି ଚଢିବା ମାତ୍ରେ ହିଁ ଏହି ମନ୍ତ୍ରର ଜପ କରିବା ଆରମ୍ଭ କରିଦେବା ଉଚିତ ।

ଆପଣ ଯେମିତି ହିଁ ହନୁମାନ ମନ୍ଦିରର ସିଢି ଉପରେ ଗୋଡ ରଖିବେ ତେବେ ପ୍ରଥମ ସିଢିକୁ ହାତରେ ସ୍ପର୍ଶ କରି ନିଜର ମୁଣ୍ଡରେ ଲଗାନ୍ତୁ ଓ କୁହନ୍ତୁ କି – ଓଁ ତେଜସେ ନମ: । ଏହା ପରେ ମନ୍ଦିରର ଭିତରକୁ ଯାଆନ୍ତୁ ଓ ହନୁମାନଙ୍କୁ ହାତ ଯୋଡି ଏହି ମନ୍ତ୍ରକୁ କୁହନ୍ତୁ – ଓଁ ପ୍ରସନ୍ନାତ୍ମନେ ନମ: । ବର୍ତ୍ତମାନ ହନୁମାନଙ୍କ ସାମ୍ନାରେ ପ୍ରଣାମ କରି, ଓଁ ଶୂରାୟ ନମ: ମନ୍ତ୍ରର ଉଚ୍ଚାରଣ କରନ୍ତୁ ।

ଏହା ପରେ ଆପଣ ହନୁମାନଙ୍କୁ ନିଜର ସଙ୍କଟ ବିଷୟରେ କୁହନ୍ତୁ ଓ ପ୍ରସାଦ ଚଢାଇବା ସମୟରେ, ଓଁ ଶାନ୍ତାୟ ନମ: ମନ୍ତ୍ର ଉଚ୍ଚାରିତ କରନ୍ତୁ । ବର୍ତ୍ତମାନ ହନୁମାନଙ୍କର ପରିକ୍ରମା କରନ୍ତୁ, ଓଁ ମାରୁତାତ୍ମଜାୟ ନମ: ର ଜପ କରନ୍ତୁ । ୭ ଥର ପରିକ୍ରମା କରିବା ପରେ ଶେଷରେ ଥରେ ହନୁମାନଙ୍କୁ ହାତ ଯୋଡି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ – ଊଂ ହଂ ହନୁମତେ ନମ: ।

ଯଦି ଆପଣ ଏହି ସମସ୍ତ ୬ ଟି ମନ୍ତ୍ରକୁ ଜପ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ସଙ୍କଟ ଜଲ୍ଦି ହିଁ ଦୂର ହୋଇଯିବ । ଏହି ସମୟରେ ଆପଣ ନାରଙ୍ଗି ରଙ୍ଗର ବସ୍ତ୍ର ପରିଧାନ କରି ମନ୍ଦିରକୁ ଯାଆନ୍ତୁ । ଏହା ସହିତ ମନ୍ଦିରରେ ହନୁମାନ ଚାଳିଶାର ପାଠ କରନ୍ତୁ । ଆପଣ ଏହି ଦିନରେ ଉପବାସ ବି ରଖି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button