ଦେଶ- ବିଦେଶ

ପ୍ରାଇବେଟ ପାର୍ଟ କୁ ସାବୁନ ଦ୍ଵାରା ଧୋଇବା ହୋଇପାରେ କ୍ଷତିକାରକ। ଜାଣନ୍ତୁ କାହିଁକି?

ପ୍ରାଇବେଟ ପାର୍ଟ କୁ ସବୁଦିନେ ସଫା ରଖିବା ଅଟେ ଜରୁରୀ। କିନ୍ତୁ ସାବୁନ ସହିତ ଧୋଇବା କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଏହି ବିଷୟରେ…

ପିଏଚ ଲେବେଲ ହୋଇପାରେ ଖରାପ :

ସାବୁନ ରେ ଥିବା କେମିକାଲ ପ୍ରାଇବେଟ ପାର୍ଟ ର ph ଲେବେଲ କୁ ଖରାପ କରିପାରେ, ଯାହାଦ୍ଵାରା ସଂକ୍ରମଣ ହେବାର ଆଶଙ୍କା ବଢିଯାଏ।

ବେକ୍ଟେରିଆଲ ବେଜିନୋସିସ :

ସାବୁନ ବ୍ୟବହାର କରିବା ଦ୍ଵାରା ଯୋନିରେ ଥିବା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇପାରେ, ଯାହାଦ୍ଵାରା ବେକ୍ଟେରିଆଲ ବେଜିନୋସିସ ର ଆଶଙ୍କା ବଢ଼ିପାରେ।

ଇଷ୍ଟ ସଂକ୍ରମଣ :

ସାବୁନ ବ୍ୟବହାର କରିବା ଦ୍ଵାରା ଯୋନିରେ ଥିବା ଇଷ୍ଟ ର ସନ୍ତୁଳନ ବିଗିଡି ପାରେ, ଯାହାଦ୍ଵାରା ଇଷ୍ଟ ସଂକ୍ରମଣ ର ଆଶଙ୍କା ବଢିଯାଇଥାଏ।

ଜ୍ଵଳନ ଏବଂ କୁଣ୍ଡିଆ :

ସାବୁନ ର ବ୍ୟବହାର ପ୍ରାଇବେଟ ପାର୍ଟ ରେ ଜ୍ଵଳନ ଏବଂ କୁଣ୍ଡିଆକୁ ବଢ଼ାଇଥାଏ। ସାବୁନ ବ୍ୟବହାର କରିବା ଦ୍ଵାରା ପ୍ରାଇବେଟ ପାର୍ଟ ରେ ଶୁଷ୍କତା ବଢିଯାଏ, ଯାହାଫଳରେ କୁଣ୍ଡିଆ ହୋଇଥାଏ।

ପ୍ରାଇବେଟ ପାର୍ଟ କୁ ସଫା କରିବାର ସଠିକ ଉପାୟ :

  • ପ୍ରାଇବେଟ ପାର୍ଟ ରେ ସାବୁନ ବ୍ୟବହାର କରନ୍ତୁ ନାହିଁ।
  • ଏହାକୁ ଗରମ ପାଣି ସାହଯ୍ୟ ରେ ଧୁଅନ୍ତୁ।
  • ଦିନକୁ 2ଥର ରୁ ଅଧିକ ଧୁଅନ୍ତୁ ନାହିଁ।
  • ପ୍ରାଇବେଟ ପାର୍ଟ କୁ ଧୋଇବା ବେଳେ ନିଜ ହାତକୁ ଭଲଭାବରେ ସଫା କରନ୍ତୁ। ଉଷୁମ ପାଣିରେ ନିଜର ଯୋନିକୁ ଧୁଅନ୍ତୁ। କେବଳ ବାହାର ଅଂଶକୁ ଧୁଅନ୍ତୁ।
  • ପିରିୟଡ଼ ସମୟରେ ନିଜର ପ୍ରାଇବେଟ ପାର୍ଟ କୁ ଅଧିକ ସଫା ରଖିବା ଉଚିତ। ଏବଂ ପିନ୍ଧୁଥିବା ପେଡ କୁ ଅନ୍ତତଃ ଦିନକୁ 2 ଥର ବଦଳାଇବା ଉଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button