ଜ୍ୟୋତିଷ

ବିଲେଇ ଆମ ରାସ୍ତା କାଟିଲେ ହୋଇଥାଏ କି କିଛି ଅଶୁଭ ନା ବିଲେଇ ଦେଇଥାଏ ଆଗକୁ ଆସୁଥିବା ଅସୁବିଧାର ଚେତାବନୀ! ନା ଏହା ଅଟେ ଅନ୍ଧବିଶ୍ୱାସ…

ରାସ୍ତାରେ ଯାଉଥିବା ବେଳେ କିମ୍ୱା କୌଣସି ଶୁଭ କାମ ପାଇଁ ବାହାରୁଥିବା ବେଳେ ବିଲେଇ ଆମ ରାସ୍ତା କାଟିଦେଇ ଚାଲିଗଲେ ଏହାକୁ ଅଶୁଭ ଭାବି ଆମେ କିଛି ସମୟ ଅଟକିଯାଇଥାଉ। କେହି କେହି କେହି ପଛକୁ ପାଦେ ଫେରି ପୁଣି ପୁର୍ନବାର ଆଗକୁ ଯାଇଥାନ୍ତି। ଏପରି ବି ହୁଏ ବେଳେ ବେଳେ, ଯଦି ବିଲେଇ ଯିବା ସମୟରେ ଅନ୍ୟ ଜଣେ ରାସ୍ତା ପାରି ହୁଏ ତେବେ ତା ସହ ଅଶୁଭ ହେବ ଭାବି ଆମେ ତାପରେ ଯାଇଥାଉ। କିନ୍ତୁ କେବେ ଭାବିଛନ୍ତି କି ଆମେ ଏପରି କାହିଁକି କରନ୍ତି ।

ସାଧାରଣତଃ ସମସ୍ତଙ୍କ ମନରେ ଗୋଟେ ବିଶ୍ଵାସ ରହିଆସିଛି ଯେ ଯଦି ବିଲେଇ ରାସ୍ତା କାଟେ ତେବେ ଏହା ଅଶୁଭ। ପ୍ରାଚୀନ କାଳର ବିଶ୍ୱାସ ଅନୁଯାୟୀ ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି। ସେମାନଙ୍କୁ ଘରେ ରଖିଲେ ଅଶୁଭ ହେଇଥାଏ ଏହିପରି ଅନେକ ଭ୍ରମ ଲୋକମାନଙ୍କ ମଧ୍ୟରେ ରହିଅଛି, ଯେପରିକି ଯଦି ବିଲେଇଟି ବାମରୁ ଡାହାଣକୁ ପାରି ହୁଏ ତେବେ ଏହା ଏକ ଖରାପ ସଙ୍କେତ ଓ ଯଦି ଏହା ଡାହାଣରୁ ବାମକୁ ପାରି ହୁଏ ତେବେ ଏହା ଶୁଭ ବୋଲି କୁହାଯାଏ । କିନ୍ତୁ ଅଲଗା ଦେଶରେ ବିଲେଇମାନଙ୍କୁ ଘରର ସଦସ୍ୟ ବୋଲି କୁହାଯାଏ ।

ଏପରିକି ଆଗରୁ ଯେତେବେଳେ ଲୋକ ମାନେ ଜଙ୍ଗଲ ପାରି ହୁଅନ୍ତି ବିଲେଇ ସେମାନଙ୍କର ରାସ୍ତା କାଟିଲେ ସେମାନେ ଅନୁମାନ କରନ୍ତି ଯେ ଆଗକୁ କିଛି ଅଶୁଭ ଅଛି କିମ୍ବା ବଣୁଆ ଜନ୍ତୁର ଆଶଙ୍କା ଅଛି , ତେବେ ସେମାନେ ନିଜ ଯାଗାରେ ରହିଯାଆନ୍ତି ।

ବିଲେଇ କାନ୍ଦିବା ମଧ୍ୟ ଅଶୁଭ ହୋଇଥାଏ। ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ । ଏପରି ଅନେକ ଧାରଣା ଲୋକମାନଙ୍କ ମଧ୍ୟ ରେ ରହିଆସିଛି।

ପ୍ରାୟତଃ ସବୁ ପଶୁ ମାନଙ୍କର ଆଖି ରାତିରେ ଲାଇଟ୍ ପଡ଼ିଲେ ଚମକି ଥାଏ, ସେହି ପରି ରାତିରେ ବିଲେଇ ଆଖିରେ ଲାଇଟ୍ ପଡ଼ିଲେ ଏକ ବହୁତ ଭୟଙ୍କର ଦେଖା ଯାଇଥାଏ । ଏହି କାରଣରୁ ପୁରାତନ କାଳରେ ଯାତ୍ରୀ ମାନେ ରାତିରେ ଯାତ୍ରା କରିବା ସମୟରେ ତାଙ୍କ ଘୋଡ଼ା ବିଲେଇର ଆଖି ଦେଖି ଅଶାନ୍ତ ହୋଇପଡେ । ଏପରି କିଛି ସ୍ଥିତିକୁ ଏକ ଅନ୍ଧ ବିଶ୍ଵାସ ସହ ଯୋଡ଼ି ଅନେକ କଥା ରହିଆସିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button