ଦେଶ- ବିଦେଶ

ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ର ଘରୋଇ ଉପଚାର…

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା କିନ୍ତୁ ଏହା ଅଧିକ କଷ୍ଟଦାୟକ ହେଲେ ଅର୍ଥାତ ଅନ୍ୟାନ୍ୟ ଲକ୍ଷଣ ଯେପରି :

  • ଚାଲିବା, ଠିଆ ହେବା, ଗତି କରିବା ଏବଂ ବିଶ୍ରାମ ସମୟରେ ମଧ୍ୟ ଯନ୍ତ୍ରଣା।
  • ଗଣ୍ଠିର କଠିନତା, ବିଶେଷତଃ ସକାଳେ କିମ୍ବା ଏହା ଦିନସାରା ରହିପାରେ।
  • କେଶ, ମୁହଁ ଇତ୍ୟାଦିରେ ଶୁଷ୍କତା।
  • ଭାରତୀୟ ଶୌଚାଳୟ ବସିବାରେ ଅସୁବିଧା। ଇତ୍ୟାଦି ହେଲେ ଏହାର ଉପଚାର କରିବା ଜରୁରୀ ଅଟେ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଘରୋଇ ଉପଚାର :

ଆଣ୍ଠୁଗଣ୍ଠିରେ ହଳଦୀ ଓ କ୍ଷୀର ଉପକାରୀ :

ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ହଳଦୀ ପାଉଡର ମିଶାଇ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଅତି କମରେ ଦୁଇଥର ପିଇବା ଲାଭଦାୟକ ଅଟେ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ପ୍ରାକୃତିକ ଚିକିତ୍ସା :

ଭିଟାମିନ୍ D ର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟକିରଣ, ଯାହା ଆପଣଙ୍କୁ ପ୍ରାକୃତିକ ଭିଟାମିନ୍ D ଦେଇଥାଏ ଯାହା ହାଡ଼ ପାଇଁ ଅଧିକ ଲାଭଦାୟକ।

ଆଣ୍ଠୁଗଣ୍ଠି ପାଇଁ ଅଦା ଉପକାରୀ :

ଥଣ୍ଡା କିମ୍ବା କାଶ, ନିଶ୍ୱାସ ପ୍ରଶ୍ୱାସ, ଗଣ୍ଠି ଯନ୍ତ୍ରଣା ଇତ୍ୟାଦି ରେ ଅଦା ବହୁତ ଉପକାରୀ ଅଟେ।

ଆଣ୍ଠୁ ଯନ୍ତ୍ରଣାରେ ଆଲୋଭେରା ଲାଭଦାୟକ :

ଗଣ୍ଠି ଯନ୍ତ୍ରଣା, ଘା ’, ଫୁଲା, କ୍ଷତ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ହେତୁ ଆଲୋ ଭେରାକୁ ହଳଦୀ ସହିତ ମିଶାଇ ବାନ୍ଧିବା ଲାଭଦାୟକ ଅଟେ।

ଆଣ୍ଠୁଗଣ୍ଠିରେ ସୋରିଷ ତେଲ ଉପକାରୀ :

ଶାରୀରିକ ଯନ୍ତ୍ରଣା, ଆଣ୍ଠୁଗଣ୍ଠି, ଥଣ୍ଡା ଯନ୍ତ୍ରଣାରେ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ। କେବଳ ଏହାକୁ ମାଲିସ୍ କରିବା ଦ୍ବାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ଏବଂ ଚର୍ମରେ ଉଷ୍ମତା ସୃଷ୍ଟି ହୋଇଥାଏ।

ଆଣ୍ଠୁଗଣ୍ଠିରେ ଅଶ୍ୱଗନ୍ଧା ଏବଂ ଅଦା ପାଉଡର ଉପକାରୀ :

40 ଗ୍ରାମ ଅଶ୍ୱଗନ୍ଧା ପାଉଡର, 20 ଗ୍ରାମ ଶୁଖିଲା ଅଦା ପାଉଡର ଏବଂ 40 ଗ୍ରାମ ମିଶ୍ରି ନିଅନ୍ତୁ। ତିନୋଟି ଭଲ ଭାବରେ ମିଶାନ୍ତୁ। ଏହି ପାଉଡରକୁ ସକାଳ ଏବଂ ସନ୍ଧ୍ୟାରେ ଉଷୁମ କ୍ଷୀର ସହିତ 3 ଗ୍ରାମ ମିଶାଇ ପିଅନ୍ତୁ, ଏହିପାରି କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲିବାରେ ଭଲ ଆରାମ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button