ରାଜ୍ୟ

ଲଗାଣ ବର୍ଷା: କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ

ପୁରୀ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ତୁହାକୁ ତୁହା ବର୍ଷା ହେଉଛି। ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ପାଣି ଜମି ରହିଛି।

ସୂର୍ଯ୍ୟ ମନ୍ଦିରର ପ୍ରବେଶ ରାସ୍ତା ସହିତ ମନ୍ଦିର ବେଢ଼ାରେ ପାଣି ଜମି ରହିଛି।

ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି। କେତେକ ପର୍ଯ୍ୟଟକ ପାଣି ଭିତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଛି।

ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପସେଟ୍ ଲଗାଇ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button