ରାଜ୍ୟ

ଶିକ୍ଷକ ତଥା ମଞ୍ଚ ଅଭିନେତା ନରେନ୍ଦ୍ର କହଁରଙ୍କ ପରଲୋକ

ଫିରିଙ୍ଗିଆ, ୧।୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ଆଦର୍ଶ ଶିକ୍ଷକ ତଥା ମଞ୍ଚ ଅଭିନେତା ନରେନ୍ଦ୍ର କହଁରଙ୍କ ଗୁରୁବାର ଅପରାହ୍ନ ୫ଟାରେ ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା I ସେ ଦୀର୍ଘ ୮ ମାସ ହେଲା କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ I ତେବେ ସ୍ୱର୍ଗତ ନରେନ୍ଦ୍ର କହଁର ଜଣେ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ସେ ଜଣେ ଆଦର୍ଶ ଶିକ୍ଷକ ମଧ୍ୟ ଥିଲେ I ଏହାସହ ସେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନମାନଙ୍କ ସହ ଜଡ଼ିତ ଥିବା ବେଳେ ଜଣେ ଉତ୍ତମ ମଞ୍ଚ ଅଭିନେତା ଭାବରେ ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲେ I ସେ ଫିରିଙ୍ଗିଆ ଦଣ୍ଡ ର ଅଧିକାରୀ ଭାବରେ ଦୀର୍ଘ ବର୍ଷଯାଏ କାର୍ଯ୍ୟକରି ଆସୁଥିଲେ I ତାଙ୍କର ହଠାତ୍ ଦେହାନ୍ତ ଖବର ପ୍ରଚାରିତ ହେବାପରେ ସାରା ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କର ଶେଷ ଦର୍ଶନ କରିବା ପାଇଁ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ଼ ଦେଖୁବାକୁ ମିଳିଥିଲା I

ସେପଟେ ତାଙ୍କ ନିଜ ଘର ଫିରିଙ୍ଗିଆର ନାହାଣାଗାଁ ମସାଣିରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଫିରିଙ୍ଗିଆର ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ଦଣ୍ଡ କମିଟି ସଭାପତି ଜୟ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷକ ବିଶ୍ଵବନ୍ଧୁ କହଁର, ସାମ୍ବାଦିକ ସୁବ୍ରତ ମହାନ୍ତି,ୱାର୍ଡ ସଭ୍ୟ ରାଜକିଶୋର ପ୍ରଧାନ, ପଲ୍ଲିଶ୍ରୀ କଳାକାର ସଂଘର ବହୁ ଯୁବ କଳାକାର, ଦଣ୍ଡ କମିଟିର ବହୁ ସଦସ୍ୟ, ନାହଣା ଓ ଘାଟିସାହିର ବହୁ ଗ୍ରାମବାସୀଙ୍କ ସହ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଶିକ୍ଷକ ଓ ତାଙ୍କର ବହୁ ଆତ୍ମୀୟସ୍ୱଜନ ଅନ୍ତିମ ସାଂସ୍କାର ପାଇଁ ମସାଣିରେ ଉପସ୍ଥିତ ଥିଲେ I ସ୍ୱର୍ଗତ ନରେନ୍ଦ୍ର କହଁରଙ୍କ ବଡ଼ ଭାଇ ପକନା କହଁର ମୁଖାଗ୍ନି ଦେଇଥିଲେ I

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button