ରାଜ୍ୟ

ଚଳନ୍ତା ଗାଡ଼ିରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୩୦ କୁଇଣ୍ଟାଲ ଡାଲି

ବାଲିପାଟଣା: ବାଲିପାଟଣା ଥାନା ଆମଣାକୁଦ ଛକ ନିକଟରେ ଆଜି ଭୋରୁ ଏକ ଚଳନ୍ତା ଡାଲି ଗାଡ଼ିରେ ଅଗ୍ନିକାଣ୍ଡ ଘଟି ୩୦ କୁଇଣ୍ଟାଲ ଡାଲି ନଷ୍ଟ ହେବା ସହିତ ଟ୍ରକ ପୋଡ଼ି ପାଉଁଶ ହୋଇଯାଇଛି। ରାଜ୍ୟ ବାହାରୁ ଏହି ୧୬ ଚକିଆ ଟ୍ରକରେ ଡାଲି ବୋଝେଇ ହୋଇ ଆସୁଥିବା ସମୟରେ ଫୁଲନଖରା ଓ ନିଆଳି ରାସ୍ତାର ଆମଣାକୁଦ ଛକ ନିକଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି।

ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପାଖାପାଖି ୪ଟା ସମୟରେ ଟ୍ରକ ନଂ ଓଡି ୩୪ ପି ୩୬୪୭ ଚଳନ୍ତା ଡାଲି ବୋଝେଇ ଗାଡ଼ିରେ ନିଆଁ ଲାଗି ଟ୍ରକ ଓ ୩୦ କୁଇଣ୍ଟାଲ ଡାଲି ନଷ୍ଟ ହୋଇଯାଇଛି। ଟ୍ରକ ଡ୍ରାଇଭରଙ୍କ ସୂଚନା ଅନୁସାରେ ” ରାୟପୁରରୁ ଡାଲି ବୋଝେଇ ହୋଇ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳକୁ ଯାଉଥିଲା। ଗାଡ଼ି ଚଳାଉଥିବା ସମୟରେ ହଠାତ ମିରରରେ ଦେଖିବାକୁ ମିଳିଥିଲା ଗାଡ଼ିରେ ନିଆଁ ଲାଗିଯାଇଥିଲା।
ଅଗ୍ନିକାଣ୍ଡ ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଅଡ଼ଶପୁର ଅଗ୍ନିଶମ ବିଭାଗ ଅଧିକାରୀ ଶାଙ୍କ ମାରାଣ୍ତି କହିଛନ୍ତି,” ରାତି ୪.୪୦ ମିନିଟ ସମୟରେ ଜଣେ ବ୍ୟକ୍ତି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଫୁଲନଖରା ଓ ନିଆଳି ରାସ୍ତାର ଆମଣାକୁଦ ଛକରେ ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଥାଇପାରେ। ସେହିପରି ଏହି ଅଗ୍ନିକାଣ୍ଡ ଯୋଗୁଁ ଫୁଲନଖରା ଓ ନିଆଳି ରାସ୍ତାରେ ଉଭୟ ପାର୍ଶ୍ଵରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଖବର ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା। ଖବର ପାଇ ବନମାଳିପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button