ରାଜ୍ୟ

ମନ ମୋହୁଛି ଦରଗୁଡ଼ିଶିଳା

ଆନନ୍ଦପୁର – ପର୍ୟ୍ୟଟନ ଋତୁ ରେ ବିଭିନ୍ନ ପର୍ୟ୍ୟଟନ ଓ ଦର୍ଶନୀୟ ସ୍ଥାନ ଭ୍ରମଣ କରିବାର ମଜା ନିଆରା | କୋଭିଡି ର କଟକଣା ଭିତରେ ପର୍ୟ୍ୟଟନ କ୍ଷେତ୍ର ବେଶ ପ୍ରଭାବିତ ହୋଇଥିଲା | ଏବେ କଟକଣା କୋହଳ ହେଲାପରେ ପର୍ୟ୍ୟଟନ କ୍ଷେତ୍ର ହୋଇଛି ଚଳଚଞ୍ଚଳ | ସବୁଠି ଲାଗିଛି ଗହଳି ଚହଳି, ଜମୁଛି ବଣଭୋଜିର ଆସର | ସବୁଜ ବନାନୀ ପରିବେଷ୍ଟିତ କେନ୍ଦୁଝର ଜିଲ୍ଲାର ଅନେକ ଦର୍ଶନୀୟ ସ୍ଥାନ ରହିଛି ତନ୍ମଧ୍ୟରୁ ଆନନ୍ଦପୁର ଉପଖଣ୍ଡ କୋଳିମାଟି ପଞ୍ଚାୟତର ଦରଗୁଡିଶିଳା ଅନ୍ୟତମ | ଜଙ୍ଗଲିଆ ଖାଲ ଢିପ ରାସ୍ତା ସାଙ୍ଗକୁ ସୁଶୀତଳ ବାଆ ଦେହ ଓ ମନକୁ ଆଚ୍ଛନ୍ନ କରିବା ସହ ଦରଗୁଡ଼ିଶିଳାର ପ୍ରାକୃତିକ ପରିବେଶ ଓ ଗଭୀର ନୀଳ ଜଳରାଶି ପର୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ବୈତରଣୀ ବିଜୁଳି ଶକ୍ତି ପ୍ରକଳ୍ପ (ବି.ଇ .ପି.ପି ) କାର୍ୟ୍ୟକ୍ଷମ ହେବାପରେ ଏହାର ଜଳରାଶି ଦରଗୁଡ଼ିଶିଳାକୁ ନୂଆ ରୂପ ଦେବାସହ ସୌନ୍ଦର୍ୟ୍ୟକୁ ଦ୍ୟୁଗୁଣିତ କରିଛି |

 ଶୀତଦିନେ ବହିରାଗତ ପକ୍ଷୀଙ୍କ ସମାଗମ ଓ ଅଗନ୍ତୁକମାନଙ୍କର ଭିଡ ଲାଗିରହୁଛି | ନୀଳ ଜଳରେ ସ୍ନାନ କରିବା ଓ ସୁଶୀତଳ ପରିବେଶ ଏଭଳି ଶାନ୍ତି ଦେଉଛି ଯେ କେହି କେହି ଏହାକୁ ଆନନ୍ଦପୁରର କାଶ୍ମୀର କହିବା ଆରମ୍ଭ କଲେଣି | ସିଂହନାଳୀରେ ବିଜୁଳି ଶକ୍ତି ଉତ୍ପର୍ଣ୍ଣ ପାଇଁ ୩୦୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ପ୍ରକଳ୍ପ ର ଗଛିତ ଗଭୀର ନୀଳ ଜଳରାଶି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ,ଯାହା ପର୍ୟ୍ୟଟକ ଓ ଦେଖଣାହାରୀ ମାନଙ୍କୁ ବେଶ ଆକୃଷ୍ଟ କରୁଛି |

କେମିତି ଯିବେ -ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଏହାର ଦୂରତା ୧୬୯ କି.ମି | ଭୁବନେଶ୍ୱର ରୁ ୫ ନଂ ଜାତୀୟ ରାଜପଥରେ ପାଣିକୋଇଲି ଅଭିମୁଖେ ଯାଇ ସେଠାରୁ ବାମପାର୍ଶ୍ଵ କୁ ୨୦ ନଂ ରାଜପଥରେ କେନ୍ଦୁଝର ଯିବା ରାସ୍ତାରେ ମଝିରେ ଆସିବ ଆନନ୍ଦପୁର ଓ ଘଟଗାଁ ( ମା ତାରିଣୀ ପୀଠ) ଆନନ୍ଦପୁର ଠାରୁ ଆଗକୁ ୧୮ କି .ମି ଯାଇ କୁମୁଡ଼ ଛକରୁ ଡାହାଣପାର୍ଶ୍ୱକୁ୧୬ କି .ମି ଗଲେ ପଡିବ ଦରଗୁଡ଼ିଶିଳା | ଏବଂ କେନ୍ଦୁଝର ପାର୍ଶ୍ୱରୁ ଘଟଗାଁ ପହଞ୍ଚି ସେଠାରୁ ମଧ୍ୟ ୧୫ କି .ମି ଆଗକୁ ଆସିଲେ କୋଳିମାଟି ପଞ୍ଚାୟତର କୁମୁଡ଼ ଛକରୁ ବାମପାର୍ଶ୍ୱକୁ୧୬ କି .ମି ଗଲେ ଆସିବ ଦରଗୁଡ଼ିଶିଳା | ଏଠାକୁ ଯିବାକୁ ହେଲେ ବ୍ୟକ୍ତିଗତ ଭାବେ କାର କିମ୍ବା ମଟରସାଇକେଲ ନେଇ ଯାଇ ପାରିବେ | ଏହାର ନିକଟସ୍ଥ ରେଳ ଷ୍ଟେସନ ହରିଚନ୍ଦନପୁର ଓ ଯାଜପୁର |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button