ମନୋରଞ୍ଜନ
ପ୍ୟାରିସ୍ ଫ୍ୟାଶନ ୱିକ୍ ୨୦୨୪ରେ ଆଲିଆ-ଐଶ୍ଵର୍ଯ୍ୟାଙ୍କ ଜଲୱା, ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ମୁମ୍ଵାଇ ୨୪।୦୯: ପ୍ୟାରିସ୍ ଫ୍ୟାଶନ ୱିକ୍ ୨୦୨୪ ଆରମ୍ଭ ହୋଇଛି ।ପୁଣି ଥରେ ଷ୍ଟାଇଲିସ୍ ଡିଭା ରାମ୍ପରେ ଚାଲିଛନ୍ତି। ଚଳିତ ବର୍ଷ ଭାରତର ଦୁଇଜଣ ସୁନ୍ଦରୀ ଏହାର ଏକ ଅଂଶ ହୋଇପାରିଛନ୍ତି। ପ୍ରତିବର୍ଷ ପରି ବ୍ୟୁଟି ପିଜାଣ୍ଟ ବିଜେତା ଐଶ୍ୱର୍ଯ୍ୟା ରାୟ ତାଙ୍କ ଷ୍ଟାଇଲରେ ଲୋକଙ୍କ ହୃଦୟ ଜିତୁଥିବାବେଳେ ବଲିଉଡର ଷ୍ଟାଇଲିସ୍ ଡିଭା ଆଲିଆ ଭଟ୍ଟ ମଧ୍ୟ ରାମ୍ପରେ ତାଙ୍କ ଯାଦୁରେ ଦେଖାଇଛନ୍ତି।
ଉଭୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।